ଆଉ ଏକ ଭିଡ଼ିଓ ଜାରି କରି ବର୍ଷାଙ୍କ ଉପରେ ବର୍ଷିଲେ ଅନୁଭବ : କହିଲେ, ସୁପ୍ରିମକୋର୍ଟ ଯିବି, ସତକୁ ସାମ୍ନାକୁ ଆଣିବି

127

କନକ ବ୍ୟୁରୋ : ଅଭିିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଅନୁଭବ ଜାରି କଲେ ଭିଡିଓ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶନୀ ଏତଲା ଦେବା ପରେ ପୁଣି ଭିଡିଓ ଜାରି କରି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅଭିନେତା ଅନୁଭବ ମହାନ୍ତି । ସେ କହିଚନ୍ତି, ସତ ଶୁଣିବାକୁ ବର୍ଷା ପ୍ରିୟଦର୍ଶନୀ ସାହସ ରଖନ୍ତୁ । ସାଂସଦ କହିଛନ୍ତି, ପାରିବାରିକ ମାମଲା ମିଡିଆକୁ ଗଲେ ତାଙ୍କର ବିରୋଧୀ ଏହାକୁ ପ୍ରସଙ୍ଗ କରିବେ ।

ପରେ ବାହାଘର ଖେଳ ଘେର ଭାବେ ପରିଣତ ହୋଇଯିବ । ତେଣୁ ମିଡିଆରେ ଏହି ମାମଲା ପ୍ରସାରଣ ନହେବାକୁ ଅପିଲ କରିଥିଲେ କିନ୍ତୁ ବର୍ଷା ଏହାକୁ ସେତେବେଳେ ବିରୋଧ କରିଥିଲେ । ଅନୁଭବ କହିଛନ୍ତି, ଆମେ ଏକାଠି ରହିପାରିବା ନାହିଁ । ତେଣୁ ଅଲଗା ହୋଇଯିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରାପଡା ସାଂସଦ । ତାରାତାରିଣୀ ମନ୍ଦିରରେ ବର୍ଷାଙ୍କ ଭିଡିଓ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି । ସେ କହିଛନ୍ତି, ଘରେ ସମସ୍ତଙ୍କୁ ଅପମାନ କରି ମନ୍ଦିରରେ ପୂଜାର୍ଚ୍ଚନା କଲେ କିଛି ଲାଭ ନାହିଁ । ଅନୁଭବ ଆହୁରି କହିଛନ୍ତି ଯେ, ସେ କେବେ ବି ନଇଁବେ ନାହିଁ । ସୁପ୍ରିମକୋର୍ଟ ଯିବେ ସତକୁ ସାମ୍ନାକୁ ଆଣିବେ ।