ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରୁଛନ୍ତି ଢେଙ୍କାନାଳର ଅଜୟ ସାମଲ । ସେପଟେ ଜଙ୍ଗଲରୁ ଶାଳ-ସାଗୁଆନ ଗଛ କାଟି ନେଉଛନ୍ତି ମାଫିଆ ।

36

କନକବ୍ୟୁରୋ : ବର୍ତ୍ତମାନ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ସହିତ ପାଗ ପରିବର୍ତ୍ତନର ମୁଖ୍ୟ କାରଣ ପରିବେଶ ନଷ୍ଟ । ପରିବେଶ ସନ୍ତୁଳନ ପାଇଁ ସବୁଜ ଜଙ୍ଗଲ ନିହାତି ଆବଶ୍ୟକ । ଏ କଥାକୁ ବୁଝିଛନ୍ତି, ଢେଙ୍କାନାଳ ପ୍ରକୃତି ପ୍ରେମୀ ଅଜୟ ସାମଲ । ଅଜୟ ଜଙ୍ଗଲ ସୁରକ୍ଷା ଦିଗରେ କାମ କରୁଥିବା ବେଳେ ଜଙ୍ଗଲ ମାଫିଆ ଚୋରି କରିନେଉଛନ୍ତି ବଡ ବଡ ଗଛ ।

ଏହି ସବୁଜ ପରିବେଶ ସୃଷ୍ଟି କରିଛନ୍ତି, ଢେଙ୍କାନାଳ ଗୋବିନ୍ଦ ପ୍ରସାଦ ଗାଁର ଅଜୟ ସାମଲ । ପୈତୃକ ଗାଁ ତୈଇଳାରେ ଶାଳ, ପିଆଶାଳ, ଶାଗୁଆନ, ଆମ୍ବ, ପଣସ, ଧଉରା, ଅସନ, ଅର୍ଜୁନ ଆଦି ବହୁ ମୂଲ୍ୟବାନ ଗଛ ଲଗାଇଛନ୍ତି । କିନ୍ତୁ ଏଈ କିଛି ଦିନ ହେବ ତାଙ୍କ ଜଙ୍ଗଲରୁ କାଠ ଚୋରି କରି ନେଉଛନ୍ତି ମାଫିଆ । ବଡ ବଡ ଶାଗୁଆନ, ଶାଳ ଗଛ ସବୁ କାଟି ନେଉଥିବା ଭାପୁର ପୋଲିସ ଫାଣ୍ଡି ଏବଂ ବନ ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି ଅଜୟ ।

ପରିବେଶ ସନ୍ତୁଳନ ରକ୍ଷା କରୁଥିବା ଜଙ୍ଗଲ ଉପରେ ମାଫିଆଙ୍କ ନଜର ପଡିଥିବା ବେଳେ ପୁଲିସ ଓ ବନ ବିଭାଗ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନାହିଁ । ଯାହାର ପରିଣାମ ସୂରୁପ ଦିନକୁ ଦିନ ଗଛ କଟା ପରିମାଣ ବଢିଯାଇଥିବା କହିଛନ୍ତି ଅଜୟ ।