ପିପିଏଲ ଡିଏଭି ସ୍କୁଲରେ ଆୟୋଜିତ ୪ଦିନିଆ ଗ୍ରୀଷ୍ମ ଶିବିର ଉଦଯାପିତ

25

କନକ ବ୍ୟୁରୋ: ଗୁରୁବାର ପୂର୍ବାହ୍ନ ପି.ପି.ଏଲ ସ୍ଥିତ ଡି.ଏ.ଭି ବିଦ୍ୟାଳୟ ପରି ସରରର ଗତ ୬-୦୫-୨୪ରୁ ୦୯-୦୫-୨୪ ପର୍ଯ୍ୟନ୍ତ ଚାଲି ଥିବା ଚାରି ଦିନିଆ ଗ୍ରୀଷ୍ମ ଶିବିରର ଆଜି ଉଦଯାପନ ଉତ୍ସବ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅନୀଲ ବର୍ମା ଯୋଗ ଦେଇଥିଲେ । ଏହି ଅବସରରେ ସେ ମତାମତ ଦେଇ କହିଥିଲେ କି, ଏଭଳି କାର୍ଯ୍ୟକ୍ରମର ଆୟୋଜନ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ସହ ଆନ୍ଦ ଉପଲବ୍ଧିରେ ସାହାଯ୍ୟ କରିବ ଓ ଏପରି କର୍ମଶାଳାରେ ଶୃଙ୍ଖଳିତ ଭାବେ ଯୋଗ ଦେଇ କୌଶଳ ଶିକ୍ଷା କରି ନିଜର ଦକ୍ଷତା ବିଭିନ୍ନ କ୍ଷେତ୍ରରେ ପ୍ରତିପାଦନ କରିବା ଉଚିତ ବୋଲି ମତ ଦେଇଥିଲେ । ସମ୍ମାନୀତକି ଅତିଥି ଭାବେ ପ୍ରଶାନ୍ତ କୁମାର ପ୍ରଧାନଓ ସଂଗ୍ରାମ କେଶରୀ ସ୍ୱାଇଁ ଉପସ୍ଥିତ ହୋଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଏପରି କର୍ମଶାଳଶାର ପ୍ରଶିକ୍ଷଣକୁ ପ୍ରତି କ୍ଷେତ୍ରରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଉପଲକ୍ଷେ ଏକ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଦୁଇ କଳା ଶିକ୍ଷକଙ୍କ ଚିତ୍ର, ପୁରାତନ ଛାତ୍ରୀ ରୁବିନା ବେହେରାଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଚିତ୍ର କଳା ସ୍ଥାନ ପାଇଥିଲା । ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏହି ପ୍ରଦର୍ଶନୀ ବୁଲି ଦେଖିଥିଲେ ଓ ତାର ଭୂୟସୀ ପ୍ରଂଶସା କରିଥିଲେ । ବିଭିନ୍ନ ବିଷୟରେ ପ୍ରଶିକ୍ଷକମାନଙ୍କୁ ସମ୍ମାନୀତ କରାଯାଇଥିଲା । ସଂଯୋଜକ ବୃନ୍ଦାବନ ରାଉତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏଭଳି କର୍ମଶାଳାମାନେ ଆଗାମୀ ଦିନରେ ଆୟୋଜନ କରାଯିବ ଓ ମୌଳିକ ପ୍ରତିଭାର ସୃଷ୍ଟି ଓ ପୃଷ୍ଟି ପାଇଁ ଉଦ୍ୟମ ଅବ୍ୟାହତ ରହିବ । ନବମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଭାଗ୍ୟବତୀ ଦାସ, ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ମହାନ୍ତି, ସପ୍ତମ ଶ୍ରେଣୀର ଛାତ୍ର ଅଂଶୁମାନ ପଟେଲ ଓ ଚନ୍ଦ୍ରାୟଣ ଲେଙ୍କା, ତୃତୀୟ ଶ୍ରେଣୀର ଆଶ୍ରିୟା ରାଉତ ଏହି ଶିବିରର ଆୟୋଜନ ତାଙ୍କୁ କିପରି ଶିକ୍ଷା ଓ ଆନନ୍ଦ ଦେଇଛି ସେ ବିଷୟରେ ନିଜର ମତାମଦ ଦେଇଥିଲେ ।

ବିଦ୍ୟାଳୟ ସଙ୍ଗୀତ ଶିକ୍ଷକ ସତ୍ୟବ୍ରତ କାଠଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ବିଦ୍ୟାଳୟର ଓଡିଆ ମାଧ୍ୟମର ଗଣିତ ବିଭାଗର ବରିଷ୍ଠ ଶିକ୍ଷକ ମହେଶ୍ୱର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ତାଙ୍କର ମୂଲ୍ୟବାନ ସମୟ ଦେଇ ଏହି କାର୍ଯ୍ୟକ୍ରମରସଫଳ ସମ୍ପାଦନରେ ସହଯୋଗ କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ସୂଚାରରୂପେ ସମ୍ପାଦିତ ହୋଇଥିବାରୁ ତାଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ । କଳା ଶିକ୍ଷକ ସୂର୍ଯ୍ୟନାରାୟଣ ଷଡଙ୍ଗୀ ଓ କମଳାକାନ୍ତ ନନ୍ଦଙ୍କୁ, ପରିଚାଳନାରେ ସକ୍ରିୟ ଭାବେ ସହଯୋଗ କରିଥିବା ଶିକ୍ଷୟିତୀ ସୁଶ୍ରୀ ସଚଳା ପଟ୍ଟନାୟକ, ମିତା ମହାପାତ୍ର, ସୁଶ୍ରି ରଶ୍ମିତା ବେହେରା, ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ବରିଷ୍ଠ ଶିକ୍ଷକ ଜୟଦେବ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।