ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ନାମାଙ୍କନ । ନାମାଙ୍କନ ପୂର୍ବରୁ ସମର୍ଥକଙ୍କୁ ନେଇ କଲେ ଶକ୍ତି ପ୍ରଦର୍ଶନ ।

78

କନକବ୍ୟୁରୋ : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ଆଜି ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନାମାଙ୍କନ ଭରିଛନ୍ତି । ଯାଜପୁର ଜିଲ୍ଲା ବିଂଝାରପୁର ବିଧାନସଭା ଆସନରେ ଲଢେଇ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ କନକଲତା ମଲ୍ଲିକ । ସେହିଭଳି ସିମୁଳିଆ ବିଜେଡି ବିଧାୟକ ପ୍ରାର୍ଥୀ ସୁବାସୀନି ସାହୁ ଆଜି ନାମାଙ୍କନ ଦାଖଲ କରିଛନ୍ତି ।

ସାଇବାବା ଓ ହନୁମାନଙ୍କ ଦର୍ଶନ କରିବା ପରେ ଖଇରାରୁ ହଜାର ହଜାର କର୍ମୀଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଛନ୍ତି ସୁବାସିନି । କାକଟପୁରର ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକ ମାଆ ମଙ୍ଗଳାଙ୍କ ଦର୍ଶନ କରିବା ପରେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ କରିଛନ୍ତି । ଏହାସହ କଟକପୁରରେ ବିଜେପିର ନିଶ୍ଚୟ ବିଜୟ ହେବ ବୋଲି ସେ ଆଶା ରଖିଛନ୍ତି । କୋରେଇ କଂଗ୍ରେସ ପ୍ରାର୍ଥୀ ବନ୍ଦିତା ପରିଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବ୍ୟାସନଗର ଚୋରଦା ବାଇପାସରୁ ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଧର୍ମଶାଳା କଂଗ୍ରେସ ପ୍ରାର୍ଥୀ କିଷାନ ପଣ୍ଡା ମଧ୍ୟ ୨୪ ଲଢେଇ ପାଇଁ ନାଁ ଭରିଛନ୍ତି । ନିଜ ଗାଁ ବଡ ମଙ୍ଗଳପୁରରେ ଗ୍ରାମ ଦେବତୀଙ୍କୁ ଦର୍ଶନ କରି ଶୋଭାଯାତ୍ରାରେ ଯାଇ ରିଟର୍ଣିଂ ଅଫିସରଙ୍କ ନିକଟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।

ସେପଟେ ନିମାପଡା ବିଧାନସଭା ବିଜୟ ଆଶାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଭାତି ପରିଡା । ନିମାପଡା ହାଟ ଛକ ନିକଟରେ ଥିବା ପୂନେଶ୍ୱୋରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପୁରୀ ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ ପ୍ରଭାତି ପରିଡା ।