ପାଣ୍ଡିଆନଙ୍କ ପ୍ରେସମିଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଲଟା ଜବାବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଲେ ପାଣ୍ଡିଆନ କିଏ?

3,965

କନକବ୍ୟୁରୋ : ନିର୍ବାଚନୀ ପ୍ରଚାରରୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ । ସମ୍ବଲପୁର ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି । ବିମାନରେ ଗୁମାସ୍ତା ବିଜେପିର ମତକୁ ତାତ୍ସଲ୍ୟ କରୁଥିବା ବେଳେ ବିଜେପି ଦିନରେ ସ୍ୱପ୍ନ ଦେଖୁଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତିି । ଏଭଳି ଦିନେ କଂଗ୍ରେସ ନେତାମାନେ ତାତ୍ସଲ୍ୟ କରୁଥିଲେ ।

କିନ୍ତୁ ଜନତା ସେମାନଙ୍କୁ ସଠିକ ଜବାବ ଦେଇଛନ୍ତି । ବିଜେଡିକୁ ମଧ୍ୟ ଜନତା ଯବାବ ଦେବେ । ସେହିପରି ଏସଏଚଜି ବିଜେଡିର ନୁହେଁ ମୋଦୀ ସରକାରଙ୍କ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ୨୪ ବର୍ଷର ସରକାରରେ ରେଙ୍ଗାଲି ଅବହେଳିତ ହୋଇରହିଛି ।

ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ନଥିବା ବେଳେ ଜଳସେଚନ, ଶିକ୍ଷ, ସ୍ୱାସ୍ଥ୍ୟସେବୁ ବିପର୍ଯ୍ୟସ୍ତ ହୋଇପଡିଛି । ବିଜେପି ସରକାର ଆସିଲେ ରେଙ୍ଗାଲିବାସୀଙ୍କ ଆଶା ଏବ ଆକାଂକ୍ଷା ପୂରଣ ହେବ ବୋଲି ସେ କହିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ରାଣୀଖିଣ୍ଡାସ୍ଥିତ ସମଲେଶ୍ୱରୀ ମନ୍ଦିର ଓ ସିନ୍ଦୁରପଙ୍କ ଠାରେ ପୀତାବଳୀ ମନ୍ଦିର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।