ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲଙ୍କ ସାରଥୀ ସାଜିଲେ ତେଜସ୍ୱୀ । କଂଗ୍ରେସ ସାଂସଦଙ୍କ ଗାଡି ଚଳାଇଲେ ଆରଜେଡି ନେତା

87

କନକ ବ୍ୟୁରୋ : ରାହୁଲଙ୍କ ସାରଥୀ ସାଜିଲେ ତେଜସ୍ୱୀ ଯାଦବ । ଭାରତଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ସହ ଜିପ ଚଳାଇଲେ ତେଜସ୍ୱୀ ଯାଦବ । କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏବେ ବିହାରରେ ଏହି ସମୟରେ ରାହୁଲ ଯେଉଁ ଗାଡିରେ ଯାତ୍ରା କରୁଥିଲେ ତାକୁ ଆଊ କେହି ନୁହେଁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ୍ରଆରଜେଡି ନେତା ତେଜସ୍ୱୀ ଯାଦବ ଚଳାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଭିଡିଓ ।