ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ଅନୁମତି : ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ

58

କନକ ବ୍ୟୁରୋ : ମହାମାରୀ କରୋନା ବିରୋଧରେ ଦେଶକୁ ମିଳିଛି ବଡ ଅସ୍ତ୍ର । ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା । ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ଟିକା ବା ନାଜାଲା ସ୍ପ୍ରେକୁ ଭାରତ ସରକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

ପ୍ରଥମ ଥର ପାଇଁ ଦେଶରେ କୌଣସି ନାଜାଲା କରୋନା ଟିକାକୁ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି । ଏବେ କରୋନା ଟିକା ପାଇଁ କେବଳ ଇଞ୍ଜେକ୍ସନ୍ ଏକ ମାତ୍ର ମାଧ୍ୟମ ରହିବ ନାହିଁ । ବିକଳ୍ପ ଭାବେ ନାଜାଲ ସ୍ପ୍ରେକୁ ବ୍ୟବହାର କରି ହେବ । ପ୍ରାଥମିକ ସ୍ତରରେ ବୟସ୍କଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଏହି ଟିକା କେବଳ ୧୮ବର୍ଷର ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ।

ଭାରତ ବାୟୋଟେକ ଏହି ଟିକାର ନାମ ବିବିଭି୧୫୪ ରଖିଛନ୍ତି । ଏହି ଟିକାକୁ ନାକରେ ଦିଆଯିବ । ଏହା ନାକ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ଏହା ଶରୀରରେ ପହଞ୍ଚିବା ମାତ୍ରେ ଭୂତାଣୁ ସଂକ୍ରମଣକୁ ବନ୍ଦ କରିଥାଏ । ଏହି ଟିକା ନେବା ପାଇଁ ସିରିଞ୍ଜର ଆବଶ୍ୟକତା ପଡି ନଥାଏ । ନାଜାଲ ଟିକା ଦେବାକୁ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିିଆଯିବ । ନାଜାଲ ଟିକାକୁ କୋଭାକ୍ସିନ୍ ଏବଂ କୋଭିସିଲ୍ଡର ବୁଷ୍ଟର ଡୋଜ ଭାବେ ମଧ୍ୟ ଦିଆଯାଇପାରେ ।