ଦିନିକିଆ କ୍ରିକେଟକୁ ଅଲବିଦା କହିଲେ ବେନ ଷ୍ଟୋକ୍ସ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ଶେଷ ମ୍ୟାଚ

254

କନକ ବ୍ୟୁରୋ: ଆଜି ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ବଡ ଘୋଷଣା କରିଛନ୍ତି । ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତିରେ ଅନେକ କ୍ରିକେଟ ଫ୍ୟାନ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଷ୍ଟୋକ୍ସଙ୍କ ସବୁଠାରୁ ସ୍ମରଣୀୟ ପାଳି ଲର୍ଡସରେ ଆୟୋଜିତ ୨୦୧୯ ବିଶ୍ୱକପ ଫାଇନାଲ ମ୍ୟାଚ ଥିଲା । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୪ ରନ କରି ଖେଳକୁ ସୁପର ଓଭର ଯାଏଁ ନେଇଥିଲେ । ଆଉ ଏହି ମ୍ୟାଚରେ ଜିତି ବିଶ୍ୱବିଜୟୀ ହୋଇଥିଲା ଇଂଲଣ୍ଡ, ଯେଉଁଥିରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ଷ୍ଟୋକ୍ସ । ୩୧ ବର୍ଷୀୟ ଷ୍ଟୋକ୍ସ ୧୦୪ ଦିନିିକିଆ ମ୍ୟାଚ ଖେଳି ୨୯୧୯ ରନ କରିଛନ୍ତି ।