କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଟିମ୍ ଘୋଷଣା କଲେ ମୁଖ୍ୟ ଚୟନକର୍ତା ଅଜିତ ଅଗରକର

5,140

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା । ବିସିସିଆଇର ମୁଖ୍ୟ ଚୟନକର୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି । ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃ୍ତରେ ଖେଳିବ ଭାରତୀୟ ଦଳ । ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଏସିଆ କପ୍ ପାଇଁ ଚୟନ ହୋଇଥିବା ଟିମର ପ୍ରାୟତ ସବୁ ଖେଳାଳି ବିଶ୍ୱକପ୍ ଦଳରେ ସ୍ଥାନ ପାଇଛନ୍ତି । ଏସିଆ କପ୍ ପାଇଁ ୧୭ ଜଣିଆ ଦଳ ଘୋଷଣା କରାଯାଇଥିଲା । ସେଥିରୁ ପ୍ରସିଦ୍ଧ କ୍ରିଷ୍ଣା ଓ ତିଳକ ବର୍ମାଙ୍କୁ ବିଶ୍ୱକପ୍ ଟିକେଟ୍ ମିଳିନାହିଁ । ବିଶ୍ୱକପ୍ ଟିମରେ କୋହଲି, ଇଶାନ କିଶନ, ଶୁଭମନ ଗିଲ, ଶ୍ରେୟସ ଅୟର, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କେଏଲ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ଯଶପ୍ରିତ ବୁମରା ସ୍ଥାନ ପାଇଛନ୍ତି ।