ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଶାହାରୁଖ ଖାନଙ୍କ ଆଗାମୀ ସିନେମା ଯବାନ । ମୁକ୍ତିଲାଭର ପ୍ରଥମ ଦିନ ପ୍ରଥମ ଶୋ ପାଇଁ ଲକ୍ଷ ଟିକେଟର ଆଡଭାନ୍ସ ବୁକିଂ

314

କନକ ବ୍ୟୁରୋ : ସମସ୍ତଙ୍କ ନଜର ଅଟକିଛି କିଙ୍ଗଖାନ୍ ଶାହାରୁଖଙ୍କ ସିନେମା ‘ଯବାନ’ ଉପରେ । ସିନେମା ବଡ ପରଦାକୁ ଆସିବାକୁ ଆଉ ମାତ୍ର ୨ ଦିନ ବାକି ରହିଛି । ଏହା ଭିତରେ ଆଡାଭାନ୍ସ ଟିକେଟ୍ ବିକ୍ରିରେ ରେକର୍ଡ ଭାଙ୍ଗିଛି ‘ଯବାନ । ୭ ସେପ୍ଟେମ୍ବରେ ଆସିବାକୁ ଥିବା ଏହି ସିନେମା ପାଇଁ ୭ ଲକ୍ଷର ଟିକେଟ୍ ବିକ୍ରି ସରିଛି । କେବଳ ପ୍ରଥମ ଦିନ ପାଇଁ ଆଗୁଆ ୭ ଲକ୍ଷର ଟିକେଟ୍ ବିକ୍ରି ହୋଇସାରିଛି । କେବଳ ଭାରତରେ ପ୍ରଥମ ଦିନପାଇଁ ୨୦ କୋଟି ଟଙ୍କାର ଆଗୁଆ ଟିକେଟ୍ ବିକ୍ରି ସରିଛି । ଆଉ ଦିନକ ପରେ ପରଦାକୁ ଆସିବ ଜୱାନ । ଏହା ପୂର୍ବରୁ ଜୋରଦାର ପ୍ରମୋସନରେ ଲାଗିଛନ୍ତି କଳାକାର । ସିନେମାର ସଫଳତା ପାଇଁ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି ଶାହାରୁଖ । ଗତ ସପ୍ତାହରେ ସେ ବୈଷ୍ଣୋ ଦେବୀଙ୍କ ପାଖକୁ ଯାଇଥିବା ବେଳେ ମଙ୍ଗଳବାର ତିରୁପତି ଯାଇଛନ୍ତି । ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ମନ୍ଦିର ଯାଇ ଭଗବାନଙ୍କ ଆର୍ଶିବାଦ ନେଇଛନ୍ତି । ସାଙ୍ଗରେ ଝିଅ ସୁହାନା ଓ ଅଭିନେତ୍ରୀ ନୟନତାରା ମଧ୍ୟ ଥିଲେ । ୭ ସେପ୍ଟେମ୍ବରେ ସିନେମାଟି ପରଦାକୁ ଆସିବ । ଏଟଲିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଶାହାରୁଖ ଓ ନୟନତାରାଙ୍କ ବ୍ୟତିତ ବିଜୟ ସେତୁପତି, ସନୟା ମଲହୋତ୍ରା, ଦୀପିକା ପାଦୁକୋନଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ତେବେ ହିନ୍ଦୀ ସହ ତାମିଲ, ତେଲଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ସିନେମା ।