ବିଜେଡିରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଦଳରେ ସାମିଲ ।

944

କନକ ବ୍ୟୁରୋ: ଗୋଟେପଟେ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ବିଜେପି ପାର୍ଟି ଅଫିସରେ ମାରାଥନ୍ ବୈଠକ ଚାଲିଥିବାବେଳେ ଶଂଖ ଭବନରେ ଚାଲିଥିଲା ମିଶ୍ରଣ ପର୍ବ । ଆଜି ଏଠାରେ ଆୟୋଜିତ ସଭାରେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ମୋନିଦୀପା ଅନ୍ୟ କର୍ମୀଙ୍କ ସହ ଆସି ବିଜେଡିରେ ସାମଲ ହୋଇଛନ୍ତି । ତାଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ତାଙ୍କର ଏକାଧିକ ସମର୍ଥକ ।