ଭିଡ ଦେଉଥିଲା ଭାତ ପାଇଁ ରୋଜଗାର । ଏବେ ଖାଁଖାଁ ଧାରଣାସ୍ଥଳ, ଦିନ ସାରା ହେଉନାହିଁ ବେପାର…

173

କନକ ବ୍ୟୁରୋ: ଖାଁ ଖାଁ ଲୋୟର ପିଏମଜି । ଧାରଣାସ୍ଥଳରୁ କମିଲାଣି ଭିଡ । ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଯେଝା ବାଟରେ ଯେଝେ ଫେରିଗଲେଣି । କିଛି ଦାବି ପୂର୍ଣ୍ଣ ହେଲା, କିଛି ପ୍ରତିବାଦ ପ୍ରତିବାଦରେ ହିଁ ରହିଗଲା । ଧାରଣାସ୍ଥଳରୁ ଗର୍ଜନର ସ୍ୱର ଆଉ କିଛି ମାସ ଯାଏ ଶୁଭିବନି । ପ୍ରତିବାଦକାରୀ ମାନେ ଗୋଟେ ନିରାଶା ନେଇ ଘରମୁହାଁ ହେଲେଣି । ନୂଆ ସରକାର ଗଢା ହେବା ଯାଏଁ କିଏ ଅପେକ୍ଷା କରିଛି ତ ପୁଣି କିଏ ସରକାର ଗଢିବା ଯାଏଁ ସେଇଠି ବସିବ ବୋଲି ନିଷ୍ପତ୍ତି ନେଇଛି ।

ଆଉ ୟାରି ଭିତରେ ଭିଡରୁ ଭାତ ପାଇଁ ଟଙ୍କା ରୋଜଗାର କରୁଥିବା ମଣିଷଙ୍କ ମନ ବି ଭାଙ୍ଗି ଯାଇଛି । ଲୋୟର ପିଏମଜିରେ ଭିଡ ହେଲେ ସେମାନଙ୍କ ପରିବାର ଚଳେ । ଧାରଣାସ୍ଥଳର ପ୍ରତିବାଦ କରୁଥିବା ଲୋକଙ୍କୁ ହେଉ କିମ୍ବା ସେଠି ଖବର ସଂଗ୍ରହ କରୁଥିବା ସାମ୍ବାଦିକ କିମ୍ବା ପୋଲିସ କର୍ମୀଙ୍କୁ ନିଜ ସାମଗ୍ରୀ ବିକି କିଛି ପଇାସା ରୋଜଗାର କରନ୍ତି ।ଉ ସେଥିରେ ସେମାନଙ୍କ ଘର ଚଳେ । କିନ୍ତୁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଏବେ କିଛି ମାସ ଧାରଣାସ୍ଥଳରୁ ସେମାନେ କୌଣସି ରୋଜଗାର କରିପାରିବେନି ତେଣୁ ମନମାରି ବସିଛନ୍ତି କାକୁଡି ବିକ୍ରି କରୁଥିବା ଏ ମାଉସୀ ଜଣଙ୍କ । ଖାଲି ଏ ମାଉସୀ ନୁହଁନ୍ତି ଅନେକ ବ୍ୟବସାୟୀ ମଧ୍ୟ ଯେଉଁମାନେ ଆନ୍ଦୋଳନସ୍ଥଳୀରେ ବିକ୍ରିବଟା କରି ରୋଜଗାର କରନ୍ତି ସେମାନେ ଚିନ୍ତାରେ ।