ହନିଟ୍ରାପରେ ଫସିଲେ କି ବାବର ଆଜମ୍? ସୋସିଆଲ୍ ମିଡିଆରେ ଭାଇରାଲ ହେଲା ବ୍ୟକ୍ତିଗତ ଫଟୋ ଓ ଭିଡିଓ…

129

କନକ ବ୍ୟୁରୋ: ପାକିସ୍ତାନର କ୍ୟାପଟେନ୍ ବାବର ଆଜମଙ୍କ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ ଘରୋଇ ମୈଦାନରେ ସିରିଜ୍ ହାରିବା ପରେ, ତାଙ୍କ ଅଧିନାୟକ ପଦ ବିପଦରେ ରହିଛି । କୁହାଯାଉଛି ପିସିବିର ନୂଆ ଅଧ୍ୟକ୍ଷ ନଜମ ସେଠୀ ତାଙ୍କୁ ଖୁବଶୀଘ୍ର ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ପଦରୁ ବାହାର କରିପାରନ୍ତି । ଏପରି ସ୍ଥିତିରେ ବାବର ଆଜମଙ୍କୁ ନେଇ ଆସିଛି ଆଉ ଏକ ବିବାଦୀୟ ଖବର ।

ସୋସିଆଲ୍ ମିଡିଆରେ ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହି ଭିଡିଓ ହେଉଛି ବାବର ଆଜମଙ୍କର । ତେବେ ବାବର ଆଜମଙ୍କୁ ହନିଟ୍ରାପ କରାଯାଇଥିବା ଦାବି କରାଯାଉଛି ।

ସୋସିଆଲ୍ ମିଡିଆରେ ଡକ୍ଟର ନିମୋ ଯାଦବ ନାମକ ଏକ ଆକାଉଣ୍ଟରୁ ଏହି ଫଟୋ ସେୟାର କରାଯାଇଥିଲା । ଏଥିରେ ଦାବି କରାଯାଇଛି ଯେ, ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଜଣକ ହେଉଛନ୍ତି ବାବର ଆଜମ୍ । ଯିଏକି ଜଣେ ଯୁବତୀଙ୍କ ସହ ଭିଡିଓ ଚାଟ୍ କରୁଛନ୍ତି । ତେବେ ସେହି ଭିଡିଓର କିଛି ସ୍କ୍ରିନସଟ୍ ସେ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ,ବାବର ଆଜମ୍ ଏବେ ତିନୋଟି ଯାକ ଫର୍ମାଟରେ ପାକିସ୍ତାନ ଟିମର କ୍ୟାପଟେନ୍ ଅଛନ୍ତି । ନିକଟରେ ସେ ଇଂଲଣ୍ଡଠାରୁ ୦-୩ରେ ସିରିଜ୍ ହାରିବା ସହ ଲଜ୍ଜାଜନକ ପରାଜୟ ଭୋଗିଥିଲେ । ଏପରି ସ୍ଥିତିରେ ଏହି ଭାଇରାଲ ଫଟୋ ବାବରଙ୍କ ପାଇଁ ଅଡୁଆ ବଢାଇବ ବୋଲି ଚର୍ଚ୍ଚା ହେଉଛି ।