ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ: ଜାଣନ୍ତୁ, ଅଶ୍ୱିନୀ ବୈଷ୍ଣବଙ୍କ ସମ୍ପତ୍ତି କେତେ?

6,618

କନକ ବ୍ୟୁରୋ: ସମ୍ପତି ତାଲିକା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ନାମାଙ୍କନ ପତ୍ର ସହ ସତ୍ୟପାଠ ଦାଖଲ କରିଛନ୍ତି ବିଜେପିର ରାଜ୍ୟସଭା ପ୍ରାର୍ଥୀ । ନିଜର ଅସ୍ଥାବର ସଂପତି ୧୧୭ କୋଟି ୨୭ ଲକ୍ଷ ୯୬ ହଜାର ୪୨୭ ଟଙ୍କା ଦର୍ଶାଇଥିବା ବେଳେ ପତ୍ନୀ ସୁନୀତା ବୈଷ୍ଣବଙ୍କ ନାଁରେ ରହିଛି ୨୫ କୋଟି ୧୨ ଲକ୍ଷରୁ ଅଧିକ ଟଙ୍କାର ସଂପତି । ଅଶ୍ୱିନୀ ବୈଷ୍ଣବଙ୍କ ସଂପତି ମଧ୍ୟରେ ରହିଛି ପାଖାପାଖି ୧୧ କୋଟି ୮୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା । ୧୦୧ କୋଟି ୬୮ ଲକ୍ଷ ଟଙ୍କାର ବଣ୍ଡ, ଡିବେନ୍ଚର, ସେୟାର୍, ମ୍ୟୁଚୁଆଲ୍ ଫଣ୍ଡ ଓ ଅନ୍ୟାନ୍ୟ ନିବେଶ । ଏହା ସହ ୧ କୋଟି ୭୦ ଲକ୍ଷ ୩୩ ହଜାର ଟଙ୍କାର ପୋଷ୍ଟାଲ ଜମା । ସେହିପରି ସ୍ଥାବର ସଂପତିର ପରିମାଣ ହେଉଛି ୨ କୋଟି ୧୫ ଲକ୍ଷ ୪୮ ହଜାର ଟଙ୍କା । ତେବେ ତାଙ୍କ ପାଖରେ ମାତ୍ର ୯ ହଜାର ୨୫୦ ଟଙ୍କା କ୍ୟାସ୍ ରହିଥିବା ବେଳେ ପତ୍ନୀଙ୍କ ପାଖରେ ୧ ହଜାର ୯୮୦ ଟଙ୍କା ଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି । ଅଶ୍ୱିନୀ ବୈଷ୍ଣବ ଓ ତାଙ୍କ ପତ୍ନୀଙ୍କ ନିକଟରେ ୨୭ ଲକ୍ଷ ୭୨ ହଜାର ଟଙ୍କାର ଗହଣା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି । ତାଙ୍କ ନାଁରେ ବ୍ୟାଙ୍କ ଋଣ ନଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି ।