୧୩ହଜାର ଫୁଟ ଉଚ୍ଚ ଆକାଶରେ ସିନେମା ପୋଷ୍ଟର ଉନ୍ମୋଚନ । ଦୁବାଇ ଆକାଶରେ ଦେଖିବାକୁ ମିଳିଲା ଯୋଦ୍ଧାର ପୋଷ୍ଟର

223

କନକ ବ୍ୟୁରୋ : ମଝି ଆକାଶରେ ସିନେମା ପୋଷ୍ଟର ଉନ୍ମୋଚନ । ବଲିଉଡର ଅ।।ଗମୀ ସିନେମା ଯୋଦ୍ଧାର ପ୍ରଥମ ପୋଷ୍ଟରକୁ ଏଭଳି ଅଭିନବ ଢ଼ଙ୍ଗରେ ଉନ୍ମୋଚନ କରାଯାଇଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ଯେଉଁଥିରେ ୧୩ହଜାର ଫୁଟ ଉଚ୍ଚରୁ ଦୁବାଇ ଆକାଶରେ ପୋଷ୍ଟରକୁ ଉନ୍ମୋଚନ କରାଯାଇଛି । କୁହାଯାଉଛି ପ୍ରଥମ ଥର ପାଇଁ ୧୩ହଜାର ଫୁଟ ଉଚ୍ଚରୁ କୌଣସି ହିନ୍ଦୀ ସିନେମା ପୋଷ୍ଟରକୁ ଏଭଳି ଲଂଚ କରାଯାଇଛି । ସିଦ୍ଧାର୍ଥ ମାଲହୋତ୍ରା ଅଭିନୀତ ଯୋଦ୍ଧା ମାର୍ଚ୍ଚ ୧୫ରେ ରେ ରିଲିଜ ହେବ । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ଯୋଦ୍ଧାର ନିର୍ମାଣ କରାଯାଇଛି । ସିଦ୍ଧାର୍ଥଙ୍କ ବିପକ୍ଷରେ ଦିଶା ପଟାନୀ ଓ ରାଶି ଖନ୍ନାଙ୍କ ଅଭିନୟ ରହିଛି । ସୁନୀଲ ସେଠୀ ଅତିଥି ଚରିତ୍ରରେ ନଜର ଆସିବେ । ଶେରଶାହାରେ ଭାରତୀୟ ସେନା ଯବାନ ଭୂମିକାରେ ଅଭିନୟ କରି ମନ ଜିତିଥିବା ସିଦ୍ଧାର୍ଥ ପୁଣି ଥର ସମାନ ରୋଲରେ ଅବତୀର୍ଣ୍ଣ ହେବେ । ଅପହରଣକାରୀଙ୍କଠୁ ବିମାନଯାତ୍ରୀଙ୍କୁ କିଭଳି ଭାରତୀୟ ସେନା ରକ୍ଷା କରୁଛନ୍ତି ଏହାକୁ ନେଇ କାହାଣୀ ଗତିଶୀଳ ହେବ ।