୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ସହାୟକଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବଢ଼ାଇଲେ ରାଜ୍ୟ ସରକାର: ଡ୍ରାଇଭର ମାସକୁ ୫ ହଜାର ଓ ସହାୟକ ମାସକୁ ପାଇବେ ୩ ହଜାର ଟଙ୍କା

749

କନକ ବ୍ୟୁରୋ: ଆମ୍ବୁଲାନ୍ସ କର୍ମଚାରୀ ଏବେ ପାଇବେ ଅଧିକ ଟଙ୍କା । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସ୍ପେଶାଲ ଆଲଏନ୍ସ ବା ସ୍ୱତନ୍ତ୍ର ଭତା ବଢ଼ାଇଲେ ରାଜ୍ୟ ସରକାର । ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଏମଟି ମାନେ ଏବେ ମାସକୁ ୫ ହଜାର ଟଙ୍କା ପାଇବେ । ସେହ ିପର ସହାୟକମାନେ ମାସକୁ ୩ ହଜାର ଟଙ୍କା ସ୍ୱତନ୍ତ୍ର ଭତା ପାଇବେ । ଚଳିତ ମାସରୁ ଏହା ଲାଗୁ ହେବ । ସ୍ୱତନ୍ତ୍ର ଭତା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ଦେଇଛନ୍ତି । ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉଲ୍ଳେଖନୀୟ କାମ କରିଆସୁଛନ୍ତି । ଏପରକି କୋଭିଡ ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏହାକୁ ଧ୍ୟାନ ରଖି ସ୍ୱତନ୍ତ୍ର ଭତାକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଦରମା ବାଦ୍ ଏହି ଭତା ପାଇବେ ଡ୍ରାଇଭର ଓ ସହାୟକ ।