ଆୟୁର୍ବେଦିକ ସିରଫ ହେଲା କାଳ । ମିଥାଇଲ ଯୁକ୍ତ ସିରପ ପାନକରି ୫ ମୃତ, ୨ ଗୁରୁତର

247

କନକ ବ୍ୟୁରୋ : ମଦ ନିଷେଧ ଥିବା ଗୁଜରାଟ ରାଜ୍ୟରେ ମଦମୃତ୍ୟୁ ଖବର ଆସିଛି । ମିଥାଇଲ ଯୁକ୍ତ ଆଲକହଲ ସିରପ ପିଇବା ଦ୍ୱାରା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ଗୁଜରାଟ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଗୁଜରାଟର ଖେଡା ଜିଲ୍ଲାରେ ଏହି ବିଶାକ୍ତ ସିରପ ପିଇବା ଦ୍ୱାରା ୫ଜଣଙ୍କର ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ମୁତାବକ ନାଡିୟାଦର ବିଲୋଦରା ଗାଁରେ ଦୁଇ ଦିନରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ବାଗଡୁ ଗ୍ରାମରେ ମଧ୍ୟରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ବିଲୋଦର ଗାଁରେ ମିଳୁଥିବା ଆୟୁର୍ବେଦିକ ସିରଫ ପାନ କରି ଏହି ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି ।