ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଅନୁଭବଙ୍କୁ ମିଳିଲା ଅନୁମତି । ଅନୁଭବ କହିଲେ, ବାପା ସୁସ୍ଥ ହେବା ପରେ କରିପାରନ୍ତି ଦ୍ୱିତୀୟ ବିବାହ ।

1,267

କନକ ବ୍ୟୁରୋ: ବିବାହ ବିଚ୍ଛେଦକୁ ନେଇ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କନକ ନ୍ୟୁଜକୁ ଫୋନ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି, ସେ ଯାହା ଚାହୁଁଥିଲେ ତାହା ହୋଇଛି । ହାଇକୋର୍ଟରୁ ତାଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି । କୋର୍ଟଙ୍କ ରାୟ ପରେ ବିବାହ ବିଚ୍ଛେଦର ବାଟ ଫିଟିଯାଇଛି । ବାପାଙ୍କ ଦେହ ଭଲ ହେଲେ ଦ୍ୱିତୀୟ ବିବାହ କରିବେ ବୋଲି ଅନୁଭବ କହିଛନ୍ତି ।

ବାହାଘରକୁ ମାସେ ପରେ ୧୦ ବର୍ଷ ପୁରିବାକୁ ଯାଉଛି । କିନ୍ତୁ ପ୍ରକୃତରେ ବାହାଘର ହୋଇନଥିଲା କହିଲେ ଚଳେ । ନ୍ୟାୟ ପାଇଁ ସେ ଲଢେଇ କରିଥିଲେ । ନନକଞ୍ଜୁମେସନ ଗ୍ରାଉଣ୍ଡରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ବିବାହ ସତ୍ୱେ ବୈବାହିକ ସଂପର୍କ କାରଣକୁ ନେଇ ଛାଡପତ୍ର ପାଇଁ ଅନୁମତି ଦେଇ ହାଇକୋର୍ଟ ନ୍ୟାୟ ଦେଇଛନ୍ତି । ଏହାପରେ ଯଦି ବର୍ଷା ଆଇନର ଆଶ୍ରୟ ନିଅନ୍ତି ତେବେ ହଇରାଣ କରିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଯିବ ବୋଲି ଅନୁଭବ କହିଛନ୍ତି । ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି ।