ବଜେଟ ଘୋଷଣା ପରେ ଗ୍ରାହକଙ୍କୁ ମହଙ୍ଗା ମାଡ : ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ, ନୂଆ ତାଲିକା ଜାରି

254

କନକ ବ୍ୟୁରୋ : ବଜେଟ ଘୋଷଣା ପରେ ଗ୍ରାହକଙ୍କୁ ମହଙ୍ଗା ମାଡ । ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ । ଅମୂଲ କ୍ଷୀରର ଦାମରେ ପ୍ରତି ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି । ଏହି ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହୋଇଛି । ଏ ନେଇ ଅମୂଲ ପକ୍ଷରୁ ନୂଆ ତାଲିକା ମଧ୍ୟ ଜାରି କରାଯାଇଛି ।

ଯେଉଁଥିରେ ଅମୂଲ ତାଜା ୫୦୦ ଏମଏଲର ଦାମ୍ ୨୭ଟଙ୍କା, ଅମୂଲ ତାଜା ଏକ ଲିଟରକୁ ୨୪ ଟଙ୍କା, ଅମୂଲ ତାଜା ୨ ଲିଟର ୧୦୮ ଟଙ୍କା, ଅମୂଲ ତାଜା ୬ଲିଟର ୩୨୪ ଟଙ୍କା , ଅମୂଲ ତାଜା ୧୮୦ ଏମଏଲ ୧୦ ଟଙ୍କା, ଅମୂଲ ଗୋଲ୍ଡ ୫୦୦ ଏମଏଲ ୩୩ଟଙ୍କା, ଅମୂଲ ଗୋଲ୍ଡ ଏକ ଲିଟର ୬୬ ଟଙ୍କା, ଅମୂଲ ଗୋଲ୍ଡ ୬ଲିଟର ୩୯୬ ଟଙ୍କା । ସେହିପରି ଅମୂଲ ଗାଈ କ୍ଷୀର ୫୦୦ ଏମଏଲ ୨୮ ଟଙ୍କା, ଅମୂଲ ଗାଈ କ୍ଷୀର ଏକ ଲିଟର ୫୬ ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ୫୦୦ ଏମଏଲ ୩୫ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ଏକ ଲିଟର ୭୦ ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ୬ଲିଟର ୪୨୦ ଟଙ୍କା ଧାର୍ଯ୍ୟ କରାଯାଇଛି ।