ପରଲୋକରେ ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କେ. ବିଶ୍ୱନାଥ : ବାର୍ଦ୍ଧକ୍ୟଜନିତ ରୋଗରେ ହେଉଥିଲେ ଚିକିତ୍ସିତ

222

କନକ ବ୍ୟୁରୋ : ପରଲୋକରେ ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କେ. ବିଶ୍ୱନାଥ । ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତେବେ ବାର୍ଦ୍ଧକ୍ୟଜନିତ ରୋଗରେ କେ. ବିଶ୍ୱନାଥ ଚିକିତ୍ସିତ ହେଉଥିଲେ ।  ସେ  ଅନେକ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ଏଥି ମଧ୍ୟରେ ଇଶ୍ୱର, ସଞ୍ଜୋଗ, ସୁର ସରଗାମ, କାମଚୋର, ଜଗ ଉଥା ଇନସାନ, ସଂଗୀତ ପରି ହିନ୍ଦୀ ଚଳଚ୍ଚିତ୍ର । ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକ ତାଙ୍କ ତେଲୁଗୁ ଚଳଚ୍ଚିତ୍ରର ରିମେକ୍ ଥିଲା । ସେ ‘ୟାରାଦୀ ନି ମୋହିନୀ’, ‘ରାଜପଟ୍ଟାଇ’, ‘ଲିଙ୍ଗା’  ଭଳି ତାମିଲ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

୧୯୬୫ ମସିହାରେ ବିଶ୍ୱନାଥ କ୍ୟାରିୟର ଆରମ୍ଭ କରିଥିଲେ । ଅଭିନୀତ ‘ଆତ୍ମ ଗୌରବମ୍’, ଯାହା ସର୍ବୋତ୍ତମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭାବେ ‘ନନ୍ଦୀ ପୁରସ୍କାର’ ବିଜୟୀ ହୋଇଥିଲା। ଏହା ପରେ ସେ ‘ଚେଲ୍ଲେଲି କାପୁରମ୍‌’, ‘ଓ ସୀତା କଥା’, ‘ଜୀବନ ଜ୍ୟୋତି’ ଏବଂ ‘ସାରଦା’ ଆଦି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିଲେ । ସେହିପରି, ‘ସ୍ବରାଭିଷେକମ୍’, ‘ପନ୍ଦୁରଙ୍ଗଦୁ’, ‘ନରସିଂହ ନାଇଡୁ’, ‘ଲକ୍ଷ୍ମୀ ନରସିଂହ’, ‘ସୀମାସିହଂମ୍‌’, ‘କୁରୁତିପୁନାଲ’, ‘କାକ୍କାଇ ସିରଗିନିଲାଏ’ ଏବଂ ‘ଭଗବତୀ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ତାଙ୍କୁ ୨୦୧୬ରେ ୪୮ତମ ‘ଦାଦା ସାହେବ ପୁରସ୍କାର’ ପ୍ରଦାନ କରାଯାଇଥିଲା । ଏହା ବ୍ୟତିରେକେ, ୧୯୯୨ରେ ତାଙ୍କୁ ‘ପଦ୍ମଶ୍ରୀ’, ‘୫ଥର ଜାତୀୟ ପୁରସ୍କାର’, ‘୨୦ ଥର ନନ୍ଦୀ ପୁରସ୍କାର’ ଏବଂ ଜୀବନବ୍ୟାପୀ କୃତ୍ବିତ୍ବ ପୁରସ୍କାର ସମେତ ୧୦ ଥର ‘ଫିଲ୍ମଫେୟାର୍‌ ଟ୍ରଫି’ ମଳିଥିଲା ।