ଉଦ୍ଧାର ପରେ କିଡନାପ କାହାଣୀ କହିଲେ ନୟାଗଡ କୁରାଳର ଛାତ୍ର ଅମ୍ରିତ ପାତ୍ର । କହିଲେ, କିଭଳି ଓ କେମିତି ହୋଇଥିଲା ଅପହରଣ

244

କନକ ବ୍ୟୁରୋ : ଉଦ୍ଧାର ହେବା ପରେ କିଡନାପ କାହାଣୀ କହିଛି ହୋଇଛି ଛାତ୍ର ଅମ୍ରିତ । ପୁଅକୁ ପାଇ ପରିବାରରେ ବେଶ୍ ଖୁସି ଦେଖିବାକୁ ମିଳିଥିବା ବେଳେ ନିଜ ମୁହଁରେ ଅମ୍ରିତ କହିଛି ଅପହରଣ କାହାଣୀ । କିଭଳି ଓ କେମିତି ଭାବେ ତାକୁ ଅପହରଣ କରାଯାଇଥିଲା ଗୋଟି ଗୋଟି କଥା କହିଛି ନୟାଗଡ କୁରାଳର ଉଦ୍ଧାର ଛାତ୍ର ଅମ୍ରିତ ।

ଅମ୍ରିତଙ୍କ କହିବା ଅନୁସାରେ, ତାଙ୍କ ଗୋଡ ହାତ ବାନ୍ଧି ରଖିଥିଲେ ଅପହରଣକାରୀ । ସମସ୍ତେ ହିନ୍ଦୀରେ କଥାବାର୍ତା ହେଉଥିଲେ । କିଛି ଦିନ ବନ୍ଦୀ ହୋଇ ରହିଥିବା ବେଳେ ଶେଷରେ ନିଜ ପ୍ରୟାସରେ କବାଟ ଭାଙ୍ଗି ଖସିଆସିଛନ୍ତି ଅମ୍ରିତ । ୧୫ ତାରିଖରେ ଟିଉସନ ସାରି ଫେରୁଥିବା ବେଳେ ଏକ ଭ୍ୟାନରେ ତାଙ୍କୁ ଅପହରଣ କରି ନିଆଯାଇଥିଲା । ପାଖଷର କେହି ନଥିବା ବେଳେ ଯେତେ ଚିକ୍ରାର କରିଥିଲେ ବି କେହି ଶୁଣିପାରିନଥିଲେ । ତେବେ ଏହି ଘଟଣା ନେଇ ପୁଲିସକୁ ଜଣାଯାଇଥିବା ବେଳେ ସମ୍ପୃକ୍ତି ନେଇ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି ।