ବିଜେପି ନେତାଙ୍କୁ ଅମିତ ଶାହଙ୍କ ତାଗିଦ୍ । ୨୦୨୪ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ପରାମର୍ଶ ।

102

କନକ ବ୍ୟୁରୋ: ବିଜେପି କାର୍ଯ୍ୟାଳୟରେ ଅମିତ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ । ବିଜେପି ନେତାଙ୍କୁ ତାଗିଦ୍ କଲେ ଶାହା । ପ୍ରାୟ ୫୦ ମିନିଟ ଧରି ରୁଦ୍ଧଦ୍ୱାର ବୈଠକରେ ରାଜ୍ୟ ନେତାଙ୍କୁ ବିଜେପିର ଚାଣକ୍ୟ ବିଜୟର ମନ୍ତ୍ର ଦେଇଛନ୍ତି । ୨୦୨୪ର ଲଢେଇ କିଭଳି ହେବ ଓ ବିଜେପି ପ୍ରତି ଲୋକଙ୍କ ସମର୍ଥନ କିଭଳି ବଢିବ ସେ ନେଇ ପାଠ ପଢାଇଛନ୍ତି ବିଜେପିର ଏହି ଚାଣକ୍ୟ ।

ରାଜ୍ୟ ବିଜେପି ଅଫିସରେ ବିଜେପି ନେତା ଓ ଦଳୀୟ ପଦାଧିକାରୀଙ୍କ ସହ ଅମିତ ଶାହାଙ୍କ ପାଠାଶାଳା । ପ୍ରାୟ ୫୦ ମିନିଟ ଧରି ରୁଦ୍ଧଦ୍ୱାର ବୈଠକରେ ରାଜ୍ୟ ନେତାଙ୍କୁ ବିଜେପିର ଚାଣକ୍ୟ ଦେଇଛନ୍ତି ବିଜୟର ମନ୍ତ୍ର । ୨୦୨୪ର ଲଢେଇ କିଭଳି ହେବ ଓ ବିଜେପି ପ୍ରତି ଲୋକଙ୍କ ସମର୍ଥନ କିଭଳି ବଢିବ ସେ ନେଇ ପାଠ ପଢାଇଛନ୍ତି ବିଜେପିର ଚାଣକ୍ୟ ।

ଅମିତ ଶାହଙ୍କ ଗସ୍ତ ସହ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଦିଆଯାଇଥିବା ଟାକ୍ସକୁ ସାରିବାକୁ ଅମିତ ଶାହ କଡା ଭାଷାରେ ତାଗିଦ କରିଛନ୍ତି ଓ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ସେ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ପାଇଁ ଦଳୀୟ ନେତାଙ୍କୁ ଟାସ୍କ ଦେଇଛନ୍ତି ଅମିତ ଶାହ । ଏହାକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସେ ନିର୍ଦ୍ଦେଶ ଦେଇଛନ୍ତି…

-ବୁଥ୍ ଓ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କର
-ନବୀନ ସରକାରର ବିଫଳତା ଓ ମୋଦି ସରକାରର ସଫଳତା ଲୋକଙ୍କ ପାଖରେ ପହଞ୍ଚାଅ
-ଘରେ ଘରେ ପଦ୍ମ ଫୁଲ ଆଙ୍କିବାକୁ ପରାମର୍ଶ
-ରାଜନୈତିକ ଢଙ୍ଗରେ ଶାଣିତ ଆକ୍ରମଣ କର
-କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି, ତାକୁ ଲୋକଲୋଚନକୁ ଆଣ

ଓଡିଶାରେ ବହୁତ ସମ୍ଭାବନା ରହିଛି । ତେଣୁ ସ୍ୱରକୁ ଶାଣିତ କରି ୨୦୨୪ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅମିତ ଶାହ । କୁହାଯାଉଛି, ଅମିତ ଶାହ ଓଡିଶା ଗସ୍ତ କରି ରାଜ୍ୟ ବିଜେପିକୁ ପୂର୍ଣ୍ଣ କ୍ଷମତାରେ ଲଢେଇ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶାହାଙ୍କ ମିଶନ ୧୨୦କୁ କାର୍ଯ୍ୟକାରୀ କରିବାକୁ ଯାଇ ଗତ ନିର୍ବାଚନରେ ୩୮.୪ ପ୍ରତିଶତ ଭୋଟ ପାଇଥିଲା ବିଜେପି । ଏବେ ଏହାକୁ ୫୦ ପ୍ରତିଶତ କରିବାକୁ ଟାର୍ଗେଟ ଦେଇଛନ୍ତି ବିଜେପି ଚାଣକ୍ୟ ।