ଶିବସେନାକୁ ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା । କହିଲେ, ସାହସ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ ।

223

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ଶାସକ ଶିବସେନା ଉପରେ ପ୍ରବଳ ବର୍ଷିଛନ୍ତି । ଅମିତ କହିଛନ୍ତି, ମହାରାଷ୍ଟ୍ର ସରକାର ୩ ଚକା ବିଶିଷ୍ଟ ଅଟୋ ରିକ୍ସାର ସରକାର । ଯାହା ଏବେ ପଂକଚର ହୋଇଯାଇଛି । ଆଉ ଗଡୁନାହିଁ । ମହାରାଷ୍ଟ୍ର ସରକାର ଲୋକଙ୍କ ପାଇଁ କାମ କରୁନାହିଁ । ଶିବସେନା ଭାବୁଛି, କ୍ଷମତାରେ ରହିବା ଦଳର ଜନ୍ମସିଦ୍ଧ ଅଧିକାର ।

ମହାରାଷ୍ଟ୍ରରେ ୩ ଦଳର ମିଳିତ ସରକାର ସହ ଶିବସେନାକୁ ଚ୍ୟାଲେଞ୍ଜ ଦେଇ ଅମିତ କହିଛନ୍ତି ଯେ, ସାହସ ଅଛି ତ ଇସ୍ତଫା ଦେଇ ପୁଣିଥରେ ନିର୍ବାଚନ ଲଢ, ବିଜେପି ଏକାକୀ ମୁକାବିଲା କରିବ । ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହେଲା କିନ୍ତୁ ମହାରାଷ୍ଟ୍ରରେ ସରକାର ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆଣିଲେ ନାହିଁ । ମହାରାଷ୍ଟ୍ରରେ ଦାଦାବଟିର ସରକାର ଚାଲିଛି ଏବଂ ରାଜ୍ୟରେ ଅପରାଧ ବଢୁଛି ।