ଆମେରିକା ଏୟାର ସିଷ୍ଟମ୍ ଠପ୍, ପ୍ରଭାବିତ ହେଲା ଅନେକ ବିମାନର ଉଡାଣ। 

207

କନକ ବ୍ୟୁରୋ: ଆମେରିକାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଫ୍ଲାଇଟର ଉଡାଣକୁ ରୋକି ଦିଆଯାଇଛି । ଏହି କାରଣରୁ ହଜାର ହଜାର ସଂଖ୍ୟାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମର କମାଣ୍ଡ ସେଣ୍ଟରରେ ବିଳମ୍ବ ନେଇ ସମସ୍ତଙ୍କୁ ଅବଗତ କରାଯାଇଛି । ଏଥିରେ ଲମ୍ବା ସମୟ ଲାଗିବା ନେଇ ସମସ୍ତଙ୍କୁ କୁହାଯାଇଛି । ଏନେଇ ମଧ୍ୟ ସୂଚନା ମିଳିଛି ଯେ, ଏ ସମସ୍ୟାର ସମାଧନର କୌଣସି ଉପାୟ ମିଳିପାରୁନାହିଁ ।

ଫିଲାଡେଲଫିଆ, ଟାମ୍ପା ଏବଂ ହୋନୋଲୁଲୁ ସହିତ ଅନେକ ବିମାନ ବନ୍ଦରରେ ଉଡାଣ ପାଇଁ ପ୍ରସ୍ତୁତ ଥିବା ବିମାନ ବିଳମ୍ବ ହୋଇଛି । ଏହା ଛଡା ଓଲାଭା, ଭର୍ଜିନିଆ, ଓର୍ଲିଙ୍ଗଟନ୍ ଭଳି ଅନେକ ସ୍ଥାନରେ ମଧ୍ୟ ଏହି ସମାନ ସମସ୍ୟା ଦେଖିବାକୁ ମିଳିଛି ।