ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ: ଖଣିଜ କ୍ଷେତ୍ରରୁ ମିଳିଛି ସର୍ବାଧିକ ୪୯, ୮୫୯ କୋଟି

116

କନକ ବ୍ୟୁରୋ: ଗୃହରେ ଉପସ୍ଥାପିତ ହେଲା ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ । ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯, ୮୫୯ କୋଟି ମିଳିଥିବା ବେଳେ ଜିଏସଟିରୁ ୨୭, ୮୨୬ କୋଟି ମିଳିଛି । ରାଜସ୍ୱ ଖର୍ଚ୍ଚ ବଢ଼ିଛି । ୯୫, ୩୧୧କୋଟିରୁ ୧ଲକ୍ଷ ୯ହଜାର ୫୮୬କୋଟିକୁ ବଢ଼ିଛି । ୨୦୨୦-୨୧ରେ ୯୦୭୬କୋଟି ଟଙ୍କାର ରାଜସ୍ୱ ବଳକା ଥିବାବେଳେ ଗତବର୍ଷ ଏହା ୪୩, ୪୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ସରକାରଙ୍କ ଉପରେ ୭୨, ୪୮୫କୋଟି ଋଣ ରହିଥିଲା । ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ୧୮, ୫୦୮କୋଟି ଟଙ୍କା ରହିଥିଲା । ସମୁଦାୟ ଋଣ ୧୨, ୦୧୪୦କୋଟି ଟଙ୍କା ମାର୍ଚ୍ଚ ସୁଦ୍ଧା ରହିଥିଲା। ସରକାର ଗତବର୍ଷ ୧୯୫୭୨୩ କୋଟି ଟଙ୍କା ଖର୍ଚ୍ଚ କରିବାପାଇଁ ଲକ୍ଷ୍ୟ ରଖିଥିବା ବେଳେ ୧୫୮୦୧୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୩୭, ୭୦୬କୋଟି ଟଙ୍କା ସଞ୍ଜୟ କରିଥିଲେ। ଉକ୍ତ ବର୍ଷ ୩୨, ୭୦୧ କୋଟି ଟଙ୍କା ନିବେଶ କରିଥିବା ସିଏଜି ରିପୋର୍ଟରୁ ଜଣାପଡିଛି ।