ନିର୍ବାଚନ ପୂର୍ବରୁ ମେଣ୍ଟ ରାଜନୀତି ଜୋର: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ

130

କନକ ବ୍ୟୁରୋ: ବିହାର ରାଜନୀତିରେ ବଡ଼ ହଲଚଲ, କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ । ଲୋକସଭା ଆସନ ଭାଗବଂଟାକୁ ନେଇ ଅସନ୍ତୁଷ୍ଟ ଥିବା ବେଳେ ସୋମବାର ଏନଡିଏ ଛାଡିବା ସହିତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଶୁପତି । ଏନେଇ ନିଜର ଅସନ୍ତୋଷ ଜାହିର କରିବା ସହିତ ପଶୁପତି କହିଛନ୍ତି ଯେ ଏଲଜେପି ସହ ଅନ୍ୟାୟ ହୋଇଛି ।

ବିହାର ରାଜନୀତିରେ ବଡ଼ ହଲଚଲ, କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ । ଲୋକସଭା ଆସନ ଭାଗବଂଟାକୁ ନେଇ ଅସନ୍ତୁଷ୍ଟ ଥିବା ବେଳେ ଆଜି ଏନଡିଏ ଛାଡିବା ସହିତ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଶୁପତି । ଏନେଇ ନିଜର ଅସନ୍ତୋଷ ଜାହିର କରିବା ସହିତ ପଶୁପତି କହିଛନ୍ତି ଯେ ଏନଡିଏ ଏଲଜେପି ସହ ଅନ୍ୟାୟ କରିଥିବା ବେଳେ ଗୋଟିଏ ବି ଆସନ ଦେଲାନାହିଁ । ବାଧ୍ୟ ହୋଇ ଆମେ ଶେଷରେ ଏନଡିଏ ଛାଡୁଛୁ । ଏନଡିଏର ହାତ ଛାଡିବା ପରେ ଖୁବଶୀଘ୍ର ପଶୁପତି ପାରସ ବିରୋଧୀ ଇଣ୍ଡିଆ ମେଂଟରେ ସାମିଲ ହୋଇପାରନ୍ତି ।

ଗତନିର୍ବାଚନ ତୁଳନାରେ ଏଥରକ କିନ୍ତୁ ବଦଳିଛି ଚିତ୍ର । ଏଲଜେପିକୁ ଭାଗ କରି ନିଜ ପଟକୁ ଅଧିକ ବିଧାୟକଙ୍କୁ ଆଣି ବିଜେପିର ସହଯୋଗୀ ହୋଇଥିଲେ ପାରସ । କିନ୍ତୁ ବିହାରରେ ନଜ ଦବଦବା ଜାହିର ବାଜି ମାରିଥିଲେ ଚିରାଗ ପାଶୱାନ । ତେଣୁ ନିର୍ବାଚନୀ ଫାଇଦା ପାଇଁ ବିଜେପି ଏଣିକି କାକାଙ୍କୁ ପଛରେ ରଖି ପୁତୁରାଙ୍କୁ ପ୍ରାଧାନ୍ୟ ଦେଇଛି ।

ସୋମବାର ବିଜେପି ନେତୃତ୍ୱାଧୀନ ଏନଡିଏ ବିହାରରେ ଆସନ ଭାଗବଂଟା ଘୋଷଣା କରିଥିବା ବେଳେ ବିଜେପିକୁ ୧୭, ଜେଡିୟୁକୁ ୧୬, ଚିରାଗ ପାଶୱାନଙ୍କ ଏଲଜେପିକୁ ୫ଟି ଆସନ ମିଳିଥିବା ବେଳେ ଅନ୍ୟତମ ସହଯୋଗୀ ହମ୍ ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ୧ଟି ଲେଖାଏଁ ସିଟ୍ ମିଳିଥିଲା । ଏହି ଆସନ ଭାଗବଂଟାରେ ପଶୁପତି ପାରସଙ୍କ ଦଳକୁ ମିଳିନଥିଲା ଗୋଟିଏ ବି ଆସନ । ଯେଉଁଥିରେ ଅସନ୍ତୋଷ ପ୍ରକାଶ କରି ଏନଡିଏର ହାତ ଛାଡ଼ିଛନ୍ତି ପାରସ ।