୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରୁ ନକ୍ସଲ ସମସ୍ୟା ହଟାଇବାକୁ ପ୍ରୟାସ କରୁଛି କେନ୍ଦ୍ର । ଛତିଶଗଡ଼ର କୋରବାରରେ ନକ୍ସଲ କଥା କହି କଂଗ୍ରେସ ଉପରେ ବର୍ଷିଲେ ଗୃହମନ୍ତ୍ରୀ

75

କନକ ବ୍ୟୁରୋ : ୨୦୨୪ ପୂର୍ବରୁ ଭାରତରୁ ନକ୍ସଲ ସମସ୍ୟା ହଟାଇବାକୁ ପ୍ରୟାସ ହେଉଛି । କେନ୍ଦ ୍ରଗୃହମନ୍ତ୍ରୀ ଅମିତ ଶାହ ଏପରି କହିଛନ୍ତି । ଛତିଶଗଡର ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଶାହ ଏଭଳି କହିଛନ୍ତି । ଅମିତ ଶାହା କହିଛନ୍ତି ଯେ ନକ୍ସଲ ପ୍ରଭାବିତ ଅଂଚଳ ନକ୍ସଲବାଦରୁ ମୁକ୍ତି ପାଇବାରେ ଲାଗିଛି । ୨୦୦୯ରେ, ସାରା ଦେଶରେ ୨୨୫୮ ନକ୍ସଲ ଘଟଣା ଘଟିଥିଲା । ୨୦୨୧ରେ, ଏହା ୫୦୯ କୁ ହ୍ରାସ ପାଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ଦେଶକୁ ନକ୍ସଲବାଦର କବଳରୁ ମୁକ୍ତ କରିବା ମୋଦୀ ସରକାରର ପ୍ରୟାସ ହେବ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ରେ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ସେ ଆହ୍ୱାନ କରିଛନ୍ତି । ଏହାପୂର୍ବରୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ୨୦୨୩ ମସିହାରେ ଛତିଶଗଡରେ ବିଜେପି ସରକାର ଗଠନ କରିବାକୁ ପଡ଼ିବ । ଛତିଶଗଡ଼ର କୋରବାରେ ଅମିତ ଶାହା କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ଛତିଶଗଡକୁ ଦାରିଦ୍ର୍ୟ, କ୍ଷୁଧା, ଖରାପ ରାସ୍ତା, ଅନ୍ଧକାର, ବେକାରୀ ଏବଂ ନକ୍ସଲବାଦ ଦେବା ଭଳି କାମ କଂଗ୍ରେସ କରିଛି ।