ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ । ବେଗୁନିଆ ବ୍ଲକ୍ ସମ୍ମୁଖରେ ପ୍ରତିବାଦ ସଭା

88

କନକ ବ୍ୟୁରୋ : ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଏହି ଯୋଜନାକୁ ବିରୋଧ କରି ସତ୍ୟାଗ୍ରହ କରାଯାଇଛି । ବେଗୁନିଆ ବ୍ଲକ ସମ୍ମୁଖରେ କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ପ୍ରତିବାଦ ସଭା କରିଥିଲେ ।

ଅଗ୍ନିପଥ ଯୋଜନକୁ ସମାଲୋଚନା କରିବା ସହ ଚାକିରୀ କାର୍ଯ୍ୟକାଳ ସରିବା ପରେ ଯୁବପିଢି ଚାପର ବଶବର୍ତ୍ତୀ ହୋଇ ବିପଥଗାମୀ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଏହି ଆନ୍ଦୋଳନରେ ଯୁବ, ଛାତ୍ର କଂଗ୍ରେସ ପକ୍ଷରୁ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ ।