ରଥଯାତ୍ରା ପୂର୍ବରୁ ପୁଲିସର ମକଡ୍ରିଲ୍ : ପୁଲିସ୍ ଜିପ୍ ସାଜିଛି ରଥ , ଜିପରେ ଲାଗିଛି ଦଉଡ଼ି

149

କନକ ବ୍ୟୁରୋ : ଜୁଲାଇ ୧ରେ ଘୋଷଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୁଚାର ରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ପୁଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଏହି ଡେମୋ କାର୍ଯ୍ୟକ୍ରମ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ଏହି ଡେମୋ ପ୍ରଦର୍ଶିତ ହୋଇଛି ।