ଶ୍ରୀଲଙ୍କା ପରେ ଭୁଟାନରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ଭାରତଠାରୁ ସହାୟତା ଲୋଡିଲା ଭୁଟାନ ।

184

କନକ ବ୍ୟୁରୋ : ସାରା ବିଶ୍ୱରେ ମାନ୍ଦାବସ୍ଥା । ସେପଟେ ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରଭାବିତ ହୋଇଛି ବିଶ୍ୱବଜାର । ଗତ କିଛି ଦିନ ହେବ ବଢୁଥିବା ଦରଦାମ ପ୍ରଭାବରେ ଅନେକ ଦେଶରେ ଦେଖା ଦେଉଛି ଖାଦ୍ୟ ସଙ୍କଟ । ପାକିସ୍ତାନ, ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ଭୁଟାନରେ ଦେଖା ଦେଇଛି ସମାନ ପରିସ୍ଥିତି । ବିଶେଷ କରି ଭୁଟାନର ଗ୍ରାମିଣ ଅଂଚଳରେ ଖାଦ୍ୟ ଓ ପାନୀୟର ଅଭାବ ପରିଲିକ୍ଷିତ ହେଲାଣି । ଦେଶରେ ଦେଖାଦେଇଥିବା ଖାଦ୍ୟାଭାବ ସମ୍ବନ୍ଧରେ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ଭୁଟାନର ଅର୍ଥମନ୍ତ୍ରୀ ଲୋକନାଥ ଶର୍ମା ।

ଖାଦ୍ୟ ଓ ପାନୀୟ ସାମଗ୍ରୀ ପାଇଁ ଭାରତ ଉପରେ ଦୀର୍ଘବର୍ଷ ହେବ ନିର୍ଭରଶୀଳ ରହି ଆସିଛି ଭୁଟାନ । ୨୦୨୧ ମସିହାରେ ଭାରତଠୁ ଭୁଟାନ ୩୦.୩୫ ମିଲିୟନ ଶସ୍ୟ କିଣିଥିଲା । ଏଥିସହ ଦୀର୍ଘ ବର୍ଷ ଧରି ଚାଉଳ ଓ ଗହମ ମଧ୍ୟ କ୍ରୟ କରି ଆସୁଛି । ବର୍ତମାନ ଦେଖାଯାଇଥିବା ଖାଦ୍ୟ ସଙ୍କଟ ଭିତରେ ଭାରତଠୁ ଖାଦ୍ୟ ସହାୟତା ଲୋଡିଛି ଭୁଟାନ

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଭିନ୍ନ ନିର୍ଭରଶୀଳ ଦେଶମାନଙ୍କୁ ଖାଦ୍ୟ ତେଲ, ଶସ୍ୟ, ଗହମ ଭଳି ଅତ୍ୟାବଶକୀୟ ସାମଗ୍ରୀର ଯୋଗାଣ ଠପ୍ ହୋଇଛି । ଯଦି ଯୋଗାଣ ସ୍ୱାଭାବିକ ନହୁଏ ତେବେ ଖାଦ୍ୟ ଅଭାବ ସ୍ଥିତି ଅଧିକ ସଂଗୀନ ହୋଇପାରେ । ସେପଟେ ଗୋଟେ ପରେ ଗୋଟେ ଦେଶରେ ଖାଦ୍ୟାଅଭାବ ଏବେ ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଯୁଦ୍ଧରେ ଯେ କେବଳ ଧନ ସମ୍ପତି, ଜୀବନ ଜୀବିକାକୁ ନଷ୍ଟ ହେଉନି ବଂର ଖାଦ୍ୟଭାବ ଭଳି ବଡ ସଙ୍କଟ ବି ସୃଷ୍ଟି ହୋଇଛି ।