ଆଫଗାନିସ୍ତାନ ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିବନାହିଁ । ଜାତୀୟ ସୁରକ୍ଷାପରାମର୍ଶଦାତା ଅଜିତ ଡୋଭାଲଙ୍କ ଦୃଢୋକ୍ତି ।

132

କନକ ବ୍ୟୁରୋ : ଆଂଚଳିକ ଶାନ୍ତି ଓ ନିରାପତା ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦ ଓ ଆତଙ୍କବାଦୀ ସଂଗଠନଗୁଡିକର ମୁକାବିଲା ପାଇଁ ଆଫଗାନିସ୍ତାନର ସାମର୍ଥ୍ୟ ବୃୃଦ୍ଧି କରାନ୍ତୁ ବୋଲି ଚୀନ ସମେତ ୭ଦେଶର ନିରାପତା ଉପଦେଷ୍ଟାଙ୍କ ସହ ଅନୁଷ୍ଠିତ ଆଲୋଚନାରେ ଭାରତର ଜାତୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲ କହିଛନ୍ତି । ତାଜିକିସ୍ତାନ, ଭାରତ, ରୁଷ, କାଜାଖସ୍ତାନ, ଉଜବେିକସ୍ତାନ, ଇରାନ, କିର୍ଗିଜସ୍ତାନ ଓ ଚୀନର ଜାତୀୟ ନିରାପତା ଉପଦେଷ୍ଟାଙ୍କ ସହ ଶୁକ୍ରବାର ଭର୍ଚୁଆଲ ବୈଠକ କରିଥିଲେ ଅଜିତ ଡୋଭାଲ । ଏହି ବୈଠକରେ ଆଫାଗାନିସ୍ଥାନର ପରିସ୍ଥିତି ଉପରେ ଆଲୋଚନା କରାଯିବା ସହ ସେଠାକାର ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଲାଗି ଗଠନମୂଳକ ଉପାୟ ଆପଣାଇବା ଜରୁରୀ ବୋଲି ଡୋଭାଲ କହିଛନ୍ତି ।