ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ରାଣୀ କାମିଲା ପିନ୍ଧିବେ କୋହିନୂର ହୀରା ଖଚ୍ଚିତ ମୁକୁଟ । ଭାରତର ହୀରାକୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ ରାଜା ରଣଜୀତ୍ ସିଂହ  

574

କନକ ବ୍ୟୁରୋ : ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ କୋହିନୂର ହୀରାକୁ ଏବେ ଧାରଣ କରିବେ କିଙ୍ଗ ଚାର୍ଲସଙ୍କ ପତ୍ନୀ ରାଣି କାମିଲା । ତେବେ ମହାରାଣୀଙ୍କ ମୃତ୍ୟୁ ପରେ କୋହିନୂର ହୀରା ଭାରତ ଫେରିବ କି ନାହିଁ ସେନେଇ ପୁଣିଥରେ ଉଠିଛି ପ୍ରଶ୍ନ ।

ବହୁମୂଲ୍ୟ କୋହିନୂର ହୀରାକୁ ଶ୍ରୀମନ୍ଦିରକୁ ଦାନ କରିଥିଲେ ରାଜା ରଣଜୀତ୍ ସିଂହ । ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହୀରାକୁ ଦାନ କରିଥିଲେ ହୀରାର ପ୍ରକୃତ ମାଲିକ ରାଜା ରଣଜିତ୍ ସିଂହ । ୨୦୧୬ରେ ହୀରାକୁ ଫେରାଇ ଆଣିବା ପାଇଁ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ଚିଠି ଲେଖିଥିଲେ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ । ଜବାବରେ ହୀରା ଫେରାଇ ହେବନି ବୋଲି ବକିଂହମ୍ ପ୍ୟାଲେସ୍ ଠାରୁ ଚିଠି ଆସିଥିଲା । ଏବେ ରାଣୀଙ୍କ ମୃତ୍ୟୁ ପରେ ହୀରା ପୁଣିଥରେ ପୁରୀ ଶ୍ରୀମନ୍ଦିରକୁ ଫେରି ଆସିବ କି ନାହିଁ ସେନେଇ ଉଠିଛି ପ୍ରଶ୍ନ ।