କାବୁଲରେ ମସଜିଦରେ ନମାଜ ପାଠ ବେଳେ ବାହାରେ ବିସ୍ଫୋରଣ : ୨୧ ମୃତ, ୬୦ରୁ ଅଧିକ ଆହତ ସୂଚନା

76

କନକ ବ୍ୟୁରୋ : ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ବିସ୍ଫୋରଣ । ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିବା ସୂଚନା ରହିଛି । ଲୋକମାନେ ନମାଜ ପାଠ କରୁଥିବାବେଳେ ମସଜିଦରେ ବିସ୍ଫୋରଣ ଘଟିଥିଲା । କାବୁଲ ସୁରକ୍ଷା ବିଭାଗର ମୁଖପାତ୍ର ଖାଲିଦ ଜଡ୍ରାନ କହିଛନ୍ତି ଯେ କାବୁଲର ପିଡି-୧୭ରେ ଥିବା ଏକ ମସଜିଦରେ ଏହି ବୋମା ବିସ୍ଫୋରଣ ହୋଇଛି ।

ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ନେଇଛନ୍ତି । ବୋମା ବିସ୍ଫୋରଣ ମାମଲାରେ ଅନେକ ଛୋଟ ଛୁଆ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ମସଜିଦରେ ହୋଇଥିବା ଏହି ବୋମା ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ କରିନାହାନ୍ତି । କାବୁଲରେ ଅଧିକାଂଶ ସମୟରେ ଏଭଳି ଭୟାନକ ଆତ୍ମଘାତି ବିସ୍ଫୋରଣ ହେଉଥିବା ଗଣମାଧ୍ୟମରୁ ସୂଚନା ମିଳୁଛି ।