ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା। ନିୟମ କଡାକଡି କଲା ବିଏମସି।

122

କନକ ବ୍ୟୁରୋ : ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । କୋଭିଡ୍ ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦିଆଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ବିନା ମାସ୍କରେ ମଲ, ଦୋକାନ, ଷ୍ଟୋରକୁ ପ୍ରବେଶ ମନା କରାଯାଇଛି । ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ଗୁଡ୍ସର ବାର୍ତ୍ତା ରଖିବେ ଦୋକାନୀ ।

ସେହିପରି ମାସ୍କ ନପିନ୍ଧିଲେ ପେଟ୍ରୋଲ ଟାଙ୍କିରେ ତେଲ ମଧ୍ୟ ମିଳିବ ନାହିଁ । ଘରୋଇ ତଥା ସରକାରୀ ଅଫିସରେ ମଧ୍ୟ ମାସ୍କ ପରିଧାନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ନିୟମ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।