ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ । ଜୋର ଧରିଲା ଚର୍ଚ୍ଚା

947

କନକ ବ୍ୟୁରୋ : ନିର୍ବାଚନ ଲଢିବେ ଅଭିଷେକ ବଚ୍ଚନ । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଉତରପ୍ରଦେଶରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୪ ଲୋକସଭା ନିର୍ବାଚନରେ ଅଭିଷେକ ପ୍ର୍ରୟାଗରାଜରୁ ନିର୍ବାଚନ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି ।

୧୯୮୪ ମସିହାରେ ଆହ୍ଲାବାଦରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଅମିତାଭ ବଚ୍ଚନ । ଏବେ ଆହ୍ଲାବାଦର ନାମ ପରିବର୍ତନ ହୋଇ ପ୍ରୟାଗରାଜ ହୋଇଛି । ଆଉ ବାପା ଠିଆ ହୋଇଥିବା ଆସନରୁ ପୁଅ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଅଭିଷେକଙ୍କ ମାଆ ଜୟାବଚନ ସମାଜବାଦୀ ପାର୍ଟିରୁ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ଏବେ ସମାଜବାଦୀ ପାର୍ଟରୁ ଅଭିଷେକ ପ୍ରୟାଗରାଜରୁ ଲୋକସଭା ନର୍ବାଚନ ଲଢିବେ ବୋଲି କୁହାଯାଉଛି । ନିର୍ବାଚନରେ ସଫଳତା ପାଇଁ ଅଭିଷେକଙ୍କ ଭଳି ସେଲିବ୍ରେଟିଙ୍କୁ ଠିଆ କରାଇବା ଲାଗି ସମାଜବାଦୀ ପାର୍ଟି ବିଚାର କରୁଥିବା କୁହାଯାଉଛି ।