ଉଦବେଗ ଜନକ ଯୋଶୀମଠ ସମସ୍ୟା, ତୁରନ୍ତ ସମାଧାନ କରିବାକୁ ବୈଜ୍ଞାନିକଙ୍କ ପରାମର୍ଶ

174

କନକ ବ୍ୟୁରୋ : ଉତରାଖଣ୍ଡ ଯୋଶୀମଠ ଅଂଚଳରୁ ଆସୁଥିବା ଏହି ଦୃଶ୍ୟକୁ ଦେଖନ୍ତୁ । ମାଟି ଦବିବା ଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ମାଟି ଧଷିବା ଫଳରେ ଘରଗୁଡିକରେ ଫାଟ ସୃଷ୍ଟି ହୋଇଛି । ଯୋଶୀମଠ ଆଖପାଖଅଂଚଳରେ ୫୬୧ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି । କେଉଁ କାରଣ ପାଇଁ ମାଟି ଧଷି ଏଭଳି ସ୍ଥିତି ସୃଷ୍ଟି ହୋଇଛି, ତାହାର ଯାଂଚ କରିବାକୁ ବିଶେଷଜ୍ଞଙ୍କ ଟିମ୍ ମଧ୍ୟ ଯୋଶୀମଠ ଅଂଚଳରେ ପହଁଚି ସାରିଛି । ସେପଟେ ଘଟଣା ସ୍ଥଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଉକ୍ତ ଅଂଚଳର ୬୦୦ ପରିବାରକୁ ଅନ୍ୟ ନିଜ ଘର ଖାଲି କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉପଦେଶ ଦେଇଛନ୍ତି । ମୁଖମନ୍ତ୍ରୀ ଧାମୀ କହିଛନ୍ତି ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକ ଦାୟିତ୍ୱ ।

ଶୁକ୍ରବାର ମାଟି ଧଷିବା ଫଳରେ ଏକ ମନ୍ଦିର ଦବି ଯାଇଛି । ଆଉ ଅନେକ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ କେବେ ଦେଖିବାକୁ ମିଳି ନଥିବା ସ୍ଥାନୀୟ ଲୋକେ କହିଛନ୍ତି । ଜଳବାୟୁ ପରିବର୍ତନ ଆଉ ବିକାଶ ନାମରେ ଲଗାତାର ଭାବେ ହେଉଥିବା ଭିତିଭୂମୀ କାମର କୁ ପ୍ରଭାବ ଯୋଗୁଁ ଏଭଳି ମାଟି ଧଷୁଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଯୋଶୀମଠ ଅଂଚଳରେ ଦେଖାଦେଇଥିବା ଏଭଳି ସମସ୍ୟା ପାଇଁ ଏସଡିଆବଏଫକୁ ସଜାଗ ରହିବାକୁ କୁହାଯାଇଛି । ସେହିପରି ପ୍ରଭାବିତଙ୍କୁ ଘରଭଡା ବାବଦକୁ ୪ ହଜାର ଟଙ୍କା ଲେଖାଏଁ ୬ ମାସ ଯାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଧାମୀ ଘୋଷଣା କରିଛନ୍ତି । ସେପଟେ କାହିଁକି ମାଟି ଦବି ଯାଉଛି ଏହାର କାରଣ ଖୋଜିବା ପାଇଁ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି ।