ବୁଲିବାକୁ ବାହାରିଥିଲେ ତିନି ସାଙ୍ଗ : ବଜ୍ରାଘାତରେ ଚାଲିଗଲା ଜୀବନ; ଗାଁରେ ଶୋକର ଲହରି

101

କନକ ବ୍ୟୁରୋ : ସନ୍ଧ୍ୟାରେ ଘରୁ ବୁଲିବାକୁ ଯାଇଥିବା ତିନି ଜଣ ସାଙ୍ଗ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଏସିଂହା ବ୍ଲକର ଜଳମଣ୍ଡଳ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗତକାଲି ସନ୍ଧ୍ୟାରେ ତିନି ଜଣ ସାଙ୍ଗ ବୁଲିବାକୁ ଚାଲି ଚାଲି ଗାଁ ମୁଣ୍ଡକୁ ବାହାରିଥିଲେ । ଏହି ସମୟରେ ହଠାତ ବର୍ଷା ଆରମ୍ଭ ହୋଇଥିବା ଓ ବଜ୍ରାଘାତରେ ତିନି ଜଣ ଗୁରୁତର ହୋଇପଡିିଥିଲା ।

ପରିବାର ଲୋକେ ତୁରନ୍ତ ତାଙ୍କୁ ଲୋଏସିଂହା ଡାକ୍ତରଖାନାକୁ ଆଣିଥିଲେ, ଡାକ୍ତର ମେଡିକାଲରେ ତିନି ସାଙ୍ଗକୁ ମୃତ ଘୋଷଣା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ମୁଖ୍ୟଚିକିତ୍ସାଳୟକୁ ଅଣାଯିବ, ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଆଜି ଗାଁ ମଶାଣୀରେ ତିନି ସାଙ୍ଗଙ୍କ ଶେଷକୃତ୍ୟୁ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।