ଶେଷ ଟି-୨୦ରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର । ରୋହିତ, କୋହଲିଙ୍କ ଅର୍ଦ୍ଧଶତକ । ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ।

102

କନକ ବ୍ୟୁରୋ: ଗୁଜରାଟ ମୋଦି ଷ୍ଟାଡିୟମରେ ଜଲୱା ଦେଖାଇଲା ଟିମ୍ ଇଣ୍ଡିଆ । ପଞ୍ଚମ ଟି-୨୦ରେ ଭାରତୀୟ କ୍ରିକେଟ୍ ଦଳ ୨୨୪ ରନ୍ କରିବା ସହିତ ଇଂଲଣ୍ଡ ଆଗରେ ୨୨୫ ରନର ବିଶାଳ ଲକ୍ଷ୍ୟ ରଖିଛି । ସିରିଜ୍ ଏବେ ୨-୨ରେ ବରାବର ଥିବାରୁ ଏହି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି ।

ଆଜି ପ୍ରଥମେ ଟସ୍ ଜିତି ଇଂଲଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ବିରାଟ ଓ ରୋହିତ ଯୋଡି । ଉଭୟ ଆରମ୍ଭରୁ ଆକ୍ରମଣ କରିବା ସହିତ ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଏହାପରେ ରୋହିତ ୬୪ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟାଙ୍କ ସହ ମିଶି କୋହଲି ଜବରଦସ୍ତ ଇଂନିସ ଖେଳିଥିଲେ । ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍ ଏବେ ୨-୨ରେ ବରାବର ଅଛି । ଯଦି ଭାରତ ଏହି ମ୍ୟାଚକୁ ଜିତିନିଏ ତେବେ ଦଳ ସିରିଜ୍ ଉପରେ କବଜା କରିବ ।