ଜୀବନ ନେଇଗଲା ଅଗ୍ନିପଥକୁ ବିରୋଧ ପ୍ରଦର୍ଶନ: ଫାୟରିଂରେ ଜଣେ ମୃତ, ୧୩ ଆହତ

764

କନକ ବ୍ୟୁରୋ: ଅଗ୍ନିପଥ ଯୋଜନା ବିରୋଧରେ ହେଉଥିବା ପ୍ରଦର୍ଶନ ଏବେ ଘାତକ ସାବ୍ୟସ୍ତ ହୋଇଛି । ତେଲେଙ୍ଗାନାର ସିକନ୍ଦରାବାଦରେ ଅଘଟଣ ହୋଇଛି । ଫୟାରିଂରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୧୩ ଜଣ ଆହତ ହୋଇଛନ୍ତି । ତେଲେଙ୍ଗାନା ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କଟକରେ ବି ଏହି ସ୍କିମକୁ ବିରୋଧ କରାଯାଉଛି ।

ସୂଚନା ଅନୁସାରେ ସିକନ୍ଦରାବାଦରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଟ୍ରେନରେ ନିଆଁ ଲଗାଇ ଦେବା ସହ ଭଙ୍ଗାରୁଜା କରିଥିଲେ ପ୍ରଦର୍ଶନକାରୀ । ଏହାସହ ପଥର ଫୋପାଡିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ପ୍ରଦର୍ଶନକାରୀମାନେ ପୋଲିସ ଉପରକୁ ପଥର ମାଡ କରୁଛନ୍ତି ।

ବିରୋଧ ପ୍ରଦର୍ଶନ ବେଳେ ୧୭ ରାଉଣ୍ଡ ଫାୟରିଂ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ୧୩ ଜଣ ଆହତ ହୋଇଛନ୍ତି । ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସିକନ୍ଦରାବାଦ ରେଲୱେ ଷ୍ଟେସନରେ ହୋଇଥିବା ଏହି ଘଟଣା ପରେ ଏବେ ଅନ୍ୟ ସ୍ଥାନରେ ପୋଲିସ ଆଲର୍ଟରେ ରହିଛି ।