ବାଣ ଭିଡୁଥିବା ବେଳେ ଅଘଟଣ ଅଭିଯୋଗ : ଜଣେ ମୃତ, ୨ ଗୁରୁତର; ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ

104

କନକ ବ୍ୟୁରୋ : ଯାଜପୁର ବିଞ୍ଝାରପୁର ଅଞ୍ଚଳରେ ବାଣ ବିସ୍ଫୋରଣ ଅଭିଯୋଗ । ବାସୁଦେବପୁର ଗାଁରେ ଏହି ଅଘଟଣ ଘଟିଛି । ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ବିସ୍ଫୋରଣରେ ଜଣକର ମୃତ୍ୟୁ ଘଟିଛି, ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାଁ କାଳନ୍ଦୀ ମଲ୍ଲିକ ।

ତାଙ୍କର ୨ ଝିଅ ଆହତ ହୋଇଥିବା କୁହାଯାଉଛି । ଆହତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣେ ଝିଅ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କର ୬୦ ପ୍ରତିଶତ ଜଳି ଯାଇଥିବା କହିଛନ୍ତି ଡାକ୍ତର । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ବାଣ ଭିଡୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବାର ଲୋକ ।