ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

3,199

କନକ ବ୍ୟୁରୋ : ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ । ଆଜି ନୂଆ ୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାରୁ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏକହାକୁ ମିଶାଇ ଗଞ୍ଜାମରେ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଗଞ୍ଜାମର କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏବଂ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।

ମୃତକଙ୍କ ବୟସ ୮୫ ବର୍ଷ ବୟସ । ଏବଂ ସେ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ବୃଦ୍ଧ ଜଣକ ଉଚ୍ଚ ରକ୍ତଚାପ ରୋଗ ସହ ଅନ୍ୟନ୍ୟା ରୋଗରେ ପୀଡ଼ିତ ଥିଲେ ବୋଲି ସରକାର ସୂଚନା ଦେଇଛନ୍ତି । ଗଞ୍ଜାମରେ ୩, କଟକରେ ଜଣେ ଓ ଖୋର୍ଦ୍ଧାରେ ୩ ଜଣ ପ୍ରାଣ ହରାଇଛନ୍ତି । ତେବେ ଆଜି ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ଗଞ୍ଜାମରେ ମେ ୩ରେ ପ୍ରଥମ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଉ ତା’ପରେ ଲଗାତାର ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା ସଂଖ୍ୟା । ଏବେ ସୁଦ୍ଧା ଗଞ୍ଜାମରେ କେବଳ ୩୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମେ ମାସରେ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା । ୨୧ ଦିନ ଭିତରେ ମୋଟ୍ ୯୬୧ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମେ ମାସରେ କେବଳ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପିବ ବୋଲି ଆକଳନ କରାଯାଉଛି । ମାର୍ଚ୍ଚରେ ୪ ଜଣ, ଏପ୍ରିଲରେ ୧୩୯ ଜଣ ଏବଂ ମେ ମାସରେ ସବାଧିକ ୯୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।