ରାଜ୍ୟରେ ନୂଆ ୫୧ ପଜିଟିଭ୍ ଚିହ୍ନଟ । ୧୧୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା । କରୋନାରେ ଆଉ ଜଣେ ମୃତ । ୭୫୩ ଜଣ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହୋଇଛନ୍ତି ୩୪୩

1,140

କନକ ବ୍ୟୁରୋ : ରାଜ୍ୟରେ ଆଉ ନୂଆ ୫୧ କରୋନା ପଜିଟିଭ୍ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୦୩ରେ ପହଞ୍ଚିଲା କରୋନା ରୋଗୀ । ଆଜି ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୫୩ ଥିବାବେଳେ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାଜ୍ୟରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫୧ ଜଣ ଚିହ୍ନଟ ହୋଇଛନ୍ତି । ନିତି ପ୍ରତିଦିନ ରାଜ୍ୟରେ ବଢ଼ୁଛନ୍ତି କରୋନା ରୋଗୀ । ତେବେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରରୁ ଗଞ୍ଜାମରୁ ୪, ଯାଜପୁରରୁ ୫, କଟକରୁ ୯, ପୁରୀରୁ ୧, ଜଗତସିହପୁର ୨, ନୟାଗଡ଼ରୁ ୧୧, ଅନୁଗୁଳରୁ ୨, ମୟୂରଭଞ୍ଜରୁ ୩, କାଲାହାଣ୍ଡିରୁ ୧୧, ସମ୍ବଲପୁରରୁ ୨ ଏବଂ ମାଲକାନଗିରି ରୁ ୧ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।   ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ୧୧୦୩ ଥିବାବେଳେ ଗଞ୍ଜାମରେ ୩, କଟକରେ ଜଣେ ଓ ଖୋର୍ଧାରେ ୩ ଜଣ ପ୍ରାଣ ହରାଇଛନ୍ତି ।