ରାଜ୍ୟ ସରକାରଙ୍କ ଗ୍ରୀନ୍ ପାସେଜ ଯୋଜନା : ମାଗଣାରେ ଉଚ୍ଚଶିକ୍ଷା ପାଇପାରିବେ ଅନାଥ ଛାତ୍ରଛାତ୍ରୀ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅନାଥ ଛାତ୍ରଛାତ୍ରୀମାନେ ମାଗଣାରେ ଉଚ୍ଚ ଶିକ୍ଷା ପାଇପାରିବେ । ଏଣିକି ରାଜ୍ୟ ସରକାରଙ୍କ ଗ୍ରୀନ୍ ପାସେଜର ଯୋଜନାରେ ଅନାଥ ଛାତ୍ରଛାତ୍ରୀଙ୍କ ସମସ୍ତ ଫି ଛାଡ କରାଯିବ । ଆଜି ଏହି ଯୋଜନାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଏହି ଯୋଜନା କାର୍ଯ୍ୟ କରିବ । ଏହାଦ୍ୱାରା ରାଜ୍ୟର ସମସ୍ତ ଅନାଥ ପିଲାଙ୍କ ଯୁକ୍ତ ୨ ପାଠ ପଢାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ଯାଏଁ ସମସ୍ତ ନାମ ଲେଖା ଫି, ଟିଉସନ୍ ଫି, ପରୀକ୍ଷା ଫି ଛାଡ କରାଯିବ । ଏହାସହ ଗ୍ରୀନ୍ ପାସେଜ୍ ଯୋଜନାରେ ଏମାନଙ୍କର ଖାଇବା ଓ ରହିବା ଫି ମଧ୍ୟ ଛାଡ କରାଯିବ ।