ଜୋର ଧରିଲା ଜଗମୋହନ ରାଜନୀତି : ବିଜେପି କହିଲା ଚିଠିରେ ସୀମିତ ରହିଛନ୍ତି ନବୀନ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ମୋଦି ସରକାର ଉପରେ ଅଙ୍ଗୁଳି ଉଠାଇଲେ ରାଜ୍ୟ ସରକାର । ଆଉ ପ୍ରସଙ୍ଗ ହେଉଛି ଜଗମୋହନ ମରାମତିର । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ କହିବା ଅନୁସାରେ, ଜଗମୋହନକୁ ସୁରକ୍ଷା ନ ମିଳିଲେ, ଉତ୍ତରଦାୟୀ କରିବ ଆଗମୀ ପୀଢି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ଚୁପ୍ ବସୁଥିବା ପାଲଟା ଅଭିଯୋଗ କରିଛି ବିଜେପି । ଏପରିକି ଦିଲ୍ଲୀ ଗସ୍ତରେ ନବୀନ ଜଗମୋହନ ପ୍ରସଙ୍ଗ ଉଠାନ୍ତି ନାହଁ ବୋଲି କହିଛନ୍ତି ବିଜେପି ସଭାପତି । ହେଲେ ଜଗମୋହନର ସଙ୍କଟଜନକ ସ୍ଥିତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।

ଶ୍ରୀମନ୍ଦିର କୋର କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଚର୍ଚ୍ଚାରେ ଥିବା ଜିସି ମିତ୍ର କେନ୍ଦ୍ରୀୟ ଟିମର କାର୍ଯ୍ୟକାରିତା ଉପରେ ମୋହର ମାରିଛନ୍ତି । ଜଗନ୍ନାଥ ମନ୍ଦିର ଓ ଜଗମୋହନ ସହ ଯୋଡି ହୋଇ ରହିଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନା । ଆଉ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି ।