ଅନଲାଇନ୍ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ୍ : ଝାଡଖଣ୍ଡରୁ ୩ ସଦସ୍ୟ ଗିରଫ

23

ଝାଡଖଣ୍ଡ : ପ୍ରଥମେ ଅଜଣା ନମ୍ବରରୁ ଫୋନ୍ ଆସିବ ଓ ତା ପରେ ବ୍ୟାଙ୍କ୍ ଆକାଉଂଟର ତଥ୍ୟ ମାଗି ଲୁଟି ନେବେ ସବୁ ଟଙ୍କା । ଏପରି ଧନ୍ଦା ଚଳାଉଥିବା ଗ୍ରୁପର ୩ ଜଣ ସଦସ୍ୟଙ୍କୁ ଧରିଛି କମିଶନରେଟ ପୁଲିସ୍ । କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ଏମାନଙ୍କୁ ଝାଡଖଣ୍ଡରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲସାଦ ଅନସାରୀ,ସୈାଫିକ ଅନସାରୀ ଓ ୟୁସୁଫ୍ ଅନସାରୀ । କଟକ ପୁରୀଘାଟ ଏବଂ ଦରଘାବଜାର ଥାନାରେ ୨୦୧୫ ରେ ହୋଇଥିବା ଦୁଇଟି ଅଭିଯୋଗକୁ ଆଧାର କରି କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ ନମ୍ବର ଯାଂଚ କରିବା ପରେ ଝାଡଖଣ୍ଡ ଜାମତରା ଅଂଚଳରୁ ଗିରଫ କରିବାରେ ସଫଳ ହୋଇଛି । ପୁଲିସ ଏମାନଙ୍କ ଠାରୁ ୬ଟି ମୋବାଇଲ,ଗୋଟିଏ ଲ୍ୟାପଟପ ସମେତ ନଗଦ ୩୫୦୦୦ ଟଙ୍କା ଜବତ କରିଛି  ।