ନବୀନ ସରକାରରେ ଚାଲିଛି ସମୀକ୍ଷା ପାଳି : ଆଜି ଶକ୍ତିି ବିଭାଗର ସମୀକ୍ଷା କରିଛନ୍ତି ନବୀନ

34

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ନବୀନ ସରକାରରେ ଚାଲିଛି ସମୀକ୍ଷା ପାଳି । ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂର୍ତି ଅବସରରେ ବିଭାଗ କଣ ସବୁ ଲକ୍ଷ୍ୟ ପୂରଣ କରିଛି ତାର ସମୀକ୍ଷା କରିବା ସହ ଆଗାମୀ ୩ ବର୍ଷ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ଦିଗରେ ଆଲୋଚନା ହୋଇଛି । ପ୍ରତିଦିନ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ତର୍ଜମା କରୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ଶକ୍ତିି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ନବୀନ । ଏନେଇ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରତିକ୍ରିୟା ରଖିଛନ୍ତି ।  ୨୦୧୪-୧୬ ଭିତରେ ୧୧ ଲକ୍ଷ ୫୦ ହଜାର ପରିବାରକୁ ବିଦ୍ୟୁତ ସଂଯୋଗ ହୋଇଛି । ୨୦୧୮ ସୁଦ୍ଧା ୨୫ ଲକ୍ଷ ପରିବାର ଏହି ସୁବିଧା ପାଇବେ । ସାତ ହଜାର ନୂଆ ଟ୍ରାନ୍ସଫରମର ଲଗାଯାଇଛି, ୧୫ ହଜାର ଟ୍ରାନ୍ସଫରମର ମରାମତି ହୋଇଛି । ଏହାସହ ଓପିଟିସିଏଲ୍ ଜରିଆରେ ପାଖାପାଖି ୫ଶହରୁ ଅଧିକ ଅପହଂଚ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ।