ବର୍ବରତାର ସୀମା ପାର ! ସୁରଟରେ ୧୧ବର୍ଷୀୟ ନାବାଳିକାର ଶବ ଉଦ୍ଧାର, ଶରୀରରେ ରହିଛି ୮୬ ଟି କ୍ଷତଚିହ୍ନ

36

କନକ ବ୍ୟୁରୋ : ଦିନକୁ ଦିନ ଗଣବଳାତ୍କାର ଘଟଣା ଦେଶରେ ବଢ଼ିବାରେ ଲାଗିଛି । ନିର୍ଭୟା ମାମଲା ପରେ ଏପରି ଘଟଣା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଏବେ ସବୁଦିନ ଏପରି ଭୟାନକ ଘଟଣା ଘଟୁଛି, ଯାହା ଶୁଣିଲେ ସତରେ ଲୋକଟାଙ୍କୁରି ଉଠିବ । ବିକୃତ ମାନସିକ ବ୍ୟକ୍ତିମାନେ ଛୋଟ ନିଷ୍ପାପ ଶିଶୁଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି । ପାଶବିକତା ସୀମା ପାର ହୋଇସାରିଛି ।

ଜାମ୍ମୁ-କଶ୍ମୀରର କଠୁଆରେ ନାବାଳିକାକୁ ଗଣବଳାତ୍କାର ମାମଲା ଏଯାଏଁ ଶାନ୍ତି ପଡ଼ିନି । ଆଉ ସେପଟେ ଗୁଜରାଟ ସୁରଟରେ ଏପରି ଆଉ ଏକ ଘୃନ୍ୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୁରଟରେ ଜଣେ ୯ ବର୍ଷର ବାଳିକାର ଶବ ଉଦ୍ଧାର ହୋଇଛି । ନାବାଳିକର ଶରୀରରେ ପାଖାପାଖି ୮୬ଟି କ୍ଷତଚିହ୍ନ ଦେଖିବାପାଇଁ ମିଳିଛି । ଏହା ବ୍ୟତୀତ ନାବାଳିକାର ଯୌନାଙ୍ଗରେ ମଧ୍ୟ କ୍ଷତ ଚିହ୍ନ ରହିଛି, ଯାହାଦ୍ୱାରା ବଳାକ୍ରାର ହୋଇଥିବା ସ୍ପଷ୍ଟ ହେଉଛି ।

ନାବାଳିକାର ଶରୀରରେ ହୋଇଥିବା କ୍ଷତ ଚିହ୍ନରୁ ଜଣାପଡ଼ୁଛି ତକୁ ପାଖାପାଖି ୭ ଦି ପର୍ଯ୍ୟନ୍ତ ଅକଥନୀୟ ଅତ୍ୟାଚାର କରାଯାଇଛି । ଆଉ ତା’ପରେ ମାରିଦିଆଯାଇଛି । ତେବେ ମୃତ ନାବାଳିକାର ଶରୀରର ଶବବ୍ୟବଚ୍ଛେଦ କରାଯାଇଛି । ଅନ୍ୟ ସାମ୍ପଲର ଫରେନସିକ ଯାଂଚ ପାଇଁ ପଠାଯାଇଛି । ଯାଂଚ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ । ମୃତ ନାବାଳିକାର ଶରୀରରେ ହୋଇଥିବା କ୍ଷତ ଚିହ୍ନରୁ ଜଣାପଡ଼ୁଛିି ବାଡ଼ିରେ ମାରିଥିବାରୁ ଏପରି ହୋଇଛି ।

ସୁରଟର ସିଭିଲ ମେଡ଼ିକାରଲ ଫରେନସିକ ହେଡ଼ କହିଛନ୍ତି ତଣ୍ଟିଚିପି ତା’କୁ ହତ୍ୟା କରାଯାଇଛି । ପୋଷ୍ଟମୋଟର୍ମ ରିପୋର୍ଟରୁ ଜଣାପଡ଼ିଛି ଶରୀରରେ ହୋଇଥିବା କ୍ଷତ ଚିହ୍ନ ୧ରୁ ୭ ଦିନ ପୁରୁଣା । ସେ କହିଛନ୍ତି ଶରୀରରରେ ୮୬ ଟି କ୍ଷତି ଚିହ୍ନ ରହିଛି । ସୂଚନାଯୋଗ୍ୟ ସୁରଟର ଭେସ୍ତାନ ଅଂଚଳରେ ଏକ ଗ୍ରାଉଣ୍ଡରେ ୬ ତାରିଖ ଦିନ ପୁଲିସକୁ ଏକ ୯ ବର୍ଷ ବାଳିକାର ଶବ ମିଳିଗଲା । ଏବେ ପର୍ଯ୍ୟନ୍ତି ଉକ୍ତ ନାବାଳିକାର ଘର ଲୋକଙ୍କ ବିଷୟରେ କିଛି ଜଣାପଡ଼ି ନାହିଁ । ପୋଲିସ ଛାନଭିନ୍ ଜାରି ରଖିଛି ।

ସୂଚନାଯୋଗ୍ୟ ଏକ ଦିନ ପୂର୍ବରୁ ହିଁ ଉନ୍ନାଇ ଓ କଠୁଆ ଗଚ୍ଚବଳାତକାର ମାଲାରେ ପ୍ରଧାନମନ୍ତ୍ରୀ ମୋଦି ମୁହଁ ଖୋଲିଥିଲେ । ଟ୍ୱିଟ କରି କହିଥିଲେ କି ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । କିନ୍ତୁ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ଏପରି ଘୃନ୍ୟ ଘଟଣାର ପୁନରାବୃତ୍ତି ଘଟୁଛି ।