ଫେସବୁକରେ ଚାଲିଲା ଇଜ୍ଜତର ଲାଇଫ୍ ଖେଳ! ଯୁବତୀଙ୍କୁ ଗଣବଳାତ୍କାର ସମୟରେ ଫେସବୁକ୍ ଲାଇଭ କରି ଦୁନିଆକୁ ଜଣାଇଲେ ଦୁର୍ବୁତ୍ତ ।

43

ଦିନକୁ ଦିନ ସମାଜ ଯେଭଳି କଳୁଷିତ ହୋଇଯାଉଛି । ଖବର କାଗଜର ପ୍ରଥମ ପୃଷ୍ଠାରେ ବଳାତ୍କାର,ଦୁଷ୍କର୍ମ ଭଳି ଘଟଣା ଯେଭଳି ସାଧାରଣ ହୋଇଗଲାଣି । ନିକଟରେ ଉନ୍ନାଓ ଏବଂ କାଠୁଆ ଭଳି ସ୍ଥାନରେ ଗଣବଳାତ୍କାରର ନଗ୍ନ ଚିତ୍କାରର ବହ୍ନି ଥମିନଥିବା ବେଳେ ଆଉ ଏକ ଗଣଦୁଷ୍କର୍ମର ଖବର ଆସି ପହଞ୍ଚିଛି । କିନ୍ତୁ ଭାରତ ବଦଳରେ ବିଦେଶରେ ଅର୍ଥାତ୍ ସ୍ୱୀଡେନର ରାଜଧାନୀ ଷ୍ଟକହୋମଠାରେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି । ଏହି ଘଟଣା ଜାଣିବା ପରେ ଆପଣଙ୍କୁ ମଧ୍ୟ ମାନବତା ଉପରେ ଘୃଣା ଆସିଯିବ । ଏଠାରେ ତିନି ଜଣ ଯୁବକ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମର ଶିକାର କଲେ ଏବଂ ଦୁଷ୍କର୍ମ କରୁଥିବା ସମୟରେ ଏହାର ଫେସବୁକ୍ ଲାଇଭ କରି ସମସ୍ତଙ୍କୁ ଜଣାଇଲେ । ଏହି ସବୁ ଦୁର୍ବୁତ୍ତ ୨୦,୨୨ ଏବଂ ୨୪ ବର୍ଷର ହୋଇଥିବାବେଳେ ପୀଡିତା ଜଣଙ୍କ ହେଉଛନ୍ତି ୩୧ ବର୍ଷର ।
ଯେତେବେଳେ ଭିଡିଓ ଆରମ୍ଭ ହେଲା ସମସ୍ତଙ୍କୁ ଲାଗିଲା ଯୁବକମାନେ ମଉଜରେ ଏଭଳି କରୁଛନ୍ତି । ଯୁବକଙ୍କ ମଧ୍ୟରୁ ଜଣେ ପୀଡିତାଙ୍କ ପ୍ରତି ଅଶ୍ଲୀଳ ଭାଷା ପ୍ରୟୋଗ କରୁଥିଲେ । କିଛି ସମୟ ପରେ ପ୍ରତୀତ ହେଲା ଯେ ପୀଡିତା ନିଶା ଅବସ୍ଥାରେ ଥିବା ସମୟରେ ଯୁବକମାନେ ତାଙ୍କ ପ୍ରତି ଦୁଷ୍କର୍ମ ଆଚରଣ କରିଥିଲେ ।
ଏହାକୁ ସେମାନେ ଏକ ଫେସବୁକ ଗ୍ରୁପରେ ସେୟାର କରିଥିଲେ ଯାହାକୁ ୬୦ ଜଣ ଲୋକ ଦେଖିସାରିଛନ୍ତି । ଏହା କୌଣସି ମାମୁଲି ଗ୍ରୁପ୍ ନଥିଲା ପ୍ରତିଦିନ ଏହି ଗ୍ରୁପରେ ଏଭଳି ଅନେକ ଭିଡିଓ ସେୟାର ହେଉଥିଲା । ବର୍ତ୍ତମାନ ଭିଡିଓଟି ସାଇଟରୁ ଡିଲିଟ କରି ଦିଆଯାଇଛି । ପୋଲିସ ଏହି ଭିଡିଓ ସନ୍ଧାନରେ ରହିଛି ଭିଡିଓ ମିଳିଲା ପରେ ଏହାର ଗ୍ରୁପ୍ ସଦସ୍ୟ ଏବଂ ତିନି ଅଭିଯୋଗକାରୀଙ୍କୁ ଗିରଫ କରାଯିବ ।