ସ୍ୱଚ୍ଛତାକୁ ନେଇ ନିଷ୍ଠୁର ହେଲେ ସରକାର ! ଏଣିକି ବାହାରେ ଛେପ ପକାଇଲେ ଦେବାକୁ ପଡିବ ଜରିମାନା ଓ ଧରାଇଦେବା ବ୍ୟକ୍ତିଙ୍କୁ ବି ମିଳିବ ପୁରସ୍କାର
ସ୍ୱଚ୍ଛତାକୁ ନେଇ ସରକାରଙ୍କ ତରଫରୁ ଅନେକ ସଚେତନାପୂର୍ଣ୍ଣ କାର୍ଯ୍ୟକ୍ରମ ଏବଂ ସ୍ଲୋଗାନ ଆଦି ଦିଆଗଲେ ମଧ୍ୟ ଏବେବି ଦେଶ ଅସ୍ୱଚ୍ଛତା ଭିତରେ ବୁଡି ରହିଛି । ସରକାର ସ୍ୱଚ୍ଛତାକୁ ନେଇ ଲୋକମାନଙ୍କ ମଧ୍ୟରେ ମନୋବଳ ବଢାଇବାକୁ ଯେତେ ଯାହା ଯୋଜନା କଲେ ବି ତାହା କୌଣସି କାମରେ ଲାଗିପାରୁନାହିଁ ଫଳରେ ବାଧ୍ୟ ହୋଇ ଏଥିପାଇଁ ସରକାରଙ୍କୁ କଠୋର ହେବାକୁ ପଡିଛି । ଅର୍ଥାତ୍ ପରିବେଶ ପ୍ରଦୂଷଣ କିମ୍ବା ଅପରିଷ୍କାର ରଖିଲେ ଉକ୍ତ ସଂସ୍ଥା କିମ୍ବା ଅନୁଷ୍ଠାନଙ୍କଠାରୁ ଜରିମାନା ଆଦାୟ କରାଯିବା ଭଳି ନିୟମ ପ୍ରଣୟନ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଭୋପାଳରେ ଥିବା ଜେପି ଡାକ୍ତରଖାନାର କତ୍ତୃପକ୍ଷ ଏଭଳି ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଭାବେ ତଥା ଲୋକଙ୍କୁ ସତର୍କ କରାଯାଇଛି ମେଡିକାଲ ପରିସରରେ ପାନ ଛେପ ପକାଇଲେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶେଷ କରି ଖୁଟଖା ଖାଇ ଛେପ ପକାଉଥିବା କୌଣସି ବ୍ୟକ୍ତି ନଜର ଆସିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମେଡିକାଲ କର୍ତ୍ତୃପକ୍ଷ ତରଫରୁ ଜାରି ହୋଇଥିବା ନିୟମାନୁସାରେ, ଛେପ ପକାଉଥିବା ବେଳେ ଯଦି କୌଣସି ବ୍ୟକ୍ତି ଧରା ପଡନ୍ତି ତେବେ ତାଙ୍କଠାରୁ ତତକ୍ଷଣାତ୍ ୨୦୦ଟଙ୍କା ଜରିମାନା ବାବଦକୁ ନିଆଯିବ । ଖାଲି ଏତିକି ନୁହେଁ ଛେପ ପକାଇଥିବା ବ୍ୟକ୍ତି ବିଶେଷଙ୍କୁ ଯଦି କେହି ଧରା ପକାଇ ଦେବେ ତେବେ ଧରାଇଦେଇଥିବା ବ୍ୟକ୍ତିଙ୍କୁ ୫୦ ଟଙ୍କା ପୁରସ୍କାର ରୂପେ ମିଳିବ । ସେହିପରି ବଜାର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ଏୟାରପୋର୍ଟ ସମେତ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଗୁଟଖା କିମ୍ବା ପାନ ଛେପ ପକାଉଥିବା ବ୍ୟକ୍ତିବିଶେଷଙ୍କଠାରୁ ୨୦୦ଟଙ୍କାରୁ ୫୦ ଟଙ୍କା ପର୍ୟ୍ୟନ୍ତ ଜରିମାନା ଆଦାୟ କରାଯିବ । ଏଥିସହିତ ପରିବେଶକୁ ପରିଷ୍କାର ରଖିବାକୁ ଆହ୍ୱାନ ଦିଆଯାଇଛି ।