ଆମେରିକାର ହେଲଫାୟାର ମିସାଇଲ । କୁଖ୍ୟାତ ଆତଙ୍କବାଦୀ ଜୱାହିରିର ଜୀବନ ନେଲା, ଜାଣନ୍ତୁ ଏହି ଘାତକ ମିସାଇଲ ବାବଦରେ କିଛି?

196

କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜୱାହିରି ନିହତ । ଆମେରିକାର ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜୱାହିରିକୁ ନିହତ କରିଥିବା ଦାବି କରିଛି । ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜୱାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା । ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜୱାହିରି ଥିଲା ମାଷ୍ଟର ମାଇଣ୍ଡ । ଏହି ଆତଙ୍କୀ ଆକ୍ରମଣରେ ପାଖାପାଖି ୩ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜୱାହିରି କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା । ତେବେ ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲାଇ ୩୧ ତାରିଖ ରାତି ପାଖାପାଖି ୧୦ଟା ବେଳେ ଆକାଶମାର୍ଗରୁ ଡ୍ରୋନ୍ ଦ୍ୱାରା ମିସାଇଲ୍ ଆକ୍ରମଣ କରିଥିଲା । ତେବେ ଏହି ଆକ୍ରମଣରେ ଆମେରିକା ପକ୍ଷରୁ ହେଲଫାୟାର ମିସାଇଲ ବ୍ୟବହାର ହୋଇଥିଲା । ଯାହା ବେଶ ଘାତକ ଓ ଲକ୍ଷ୍ୟଭେଦୀ ।

ତେବେ ହେଲଫାୟାର ମିସାଇଲ୍ କ’ଣ ? କାହିଁକି ଏହା ଆମେରିକାର ସବୁଠୁ ବଡ ବ୍ରହ୍ମାସ୍ତ୍ର ପାଲଟିଛି? ଏହାର ସବୁଠୁ ବଡ କାରଣ ହେଲା ହେଲଫାୟାର ମିସାଇଲରେ କମ ବାରୁଦ ଓ ଅଧିକ ମାତ୍ରାରେ ବ୍ଲେଡ ବ୍ୟବହୃତ ହୋଇଥାଏ । ଏହି ବ୍ଲେଡସ ଗୁଡିକ ବିସ୍ଫୋରଣ ପରେ ଚକ୍ର ଭଳି ଘୂରିବା ସହ ଟାର୍ଗେଟକୁ ଚିରି ପକାଏ ।
– ଏହା ୱାରହେଡ୍-ଲେସ୍ ମିସାଇଲ୍ ଅଟେ
– ଛୋଟରୁ ଅତି ଛୋଟ ଟାର୍ଗେଟ୍ ଉପରେ ମଧ୍ୟ ଠିକ୍ ଆକ୍ରମଣ କରିପାରେ
– ଲକ୍ଷ୍ୟକୁ ସଠିକ ଭାବେ ଭେଦିବା ଏହି ମିସାଇଲର ବିଶେଷତ୍ୱ
– ଅନ୍ୟ ମିସାଇଲ୍ ଭଳି ଏହା ବିସ୍ଫୋରଣ କରିନଥାଏ
– ଏହା ଭିତରୁ ଛୁରୀ ଭଳି ଧାରୁଆ ଅସ୍ତ୍ର ବାହାରିଥାଏ
– ଯାହା ଟାର୍ଗେଟକୁ ସଠିକ ଭାବେ ଭେଦ କରିଥାଏ
– ଟାର୍ଗେଟକୁ ଛାଡିଦେଲେ ଆଖପାଖ ଲୋକଙ୍କୁ ଏହା କ୍ଷତି ପହଂଚାଇନଥା
– ଆର୯ଏକ୍ସ ହେଲଫାୟାର ମିସାଇଲ ଡ୍ରୋନ, ହେଲିକପ୍ଟର ଓ ଫାଇଟର ଜେଟରୁ ନିକ୍ଷେପ କରାଯାଇପାରିବ
– ଶେଷ ପର୍ଯ୍ୟନ୍ତ ଟାର୍ଗେଟର ଗିତିବିଧି ଉପରେ ସୂଚନା ଦେଇଥାଏ
– ୨୦୧୭ରୁ ହେଲଫାୟାର ମିସାଇଲର ବ୍ୟବହାର ଆରମ୍ଭ କରିଥିଲା ଆମେରିକା
– ସିରିୟା ଓ ଆଫଗାନିସ୍ତାନରେ ତାଲିବାନ ବିରୋଧରେ ଏହି ମିସାଇଲ ବ୍ୟବହୃତ ହୋଇଛି
– ୪୯୯ ମିଟରରୁ ୧୧.୦୧ ରେଞ୍ଜରେ କୌଣସି ଟାର୍ଗେଟକୁ ନଷ୍ଟ କରିପାରିବ